ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବାଣିଜ୍ୟିକ ଚୁକ୍ତି ସ୍ୱାକ୍ଷର

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରଲିଆ ମଧ୍ୟରେ ସାମୟିକ ବ୍ୟବସାୟିକ ଚୁକ୍ତି ସ୍ୱାକ୍ଷର ହୋଇଛି । ଏହି ଚୁକ୍ତି ସ୍ୱାକ୍ଷର ପରେ କପଡ଼ା, ଚମଡ଼ା, ଫର୍ଣ୍ଣିଚର, ଗହଣା ଓ ବିଭିନ୍ନ ମେସିନ ସମେତ ୬ହଜାରରୁ ଅଧିକ ବ୍ୟାପକ କ୍ଷେତ୍ରରେ ଭାରତୀୟ ରପ୍ତାନିକାରୀ ଅଷ୍ଟ୍ରେଲିଆ ବଜାରରେ ତୁରନ୍ତ ନିଶୁଳ୍କରେ ପହଂଚିପାରିବେ ।

ଭାରତ-ଅଷ୍ଟ୍ରେଲିଆ ଆର୍ଥିକ ସହଯୋଗ ଏବଂ ବାଣିଜ୍ୟିକ ଚୁକ୍ତିକୁ ଉପରେ ଭର୍ଚ୍ଚୁଆଲ ହସ୍ତାକ୍ଷର ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଏହା ଭାରତ-ଅଷ୍ଟ୍ରେଲିୟା ମିତ୍ରତାର ମହତ୍ତ୍ୱପୂର୍ଣ୍ଣ ସ୍ତମ୍ଭ । ଏହି ଚୁକ୍ତ ଆମ ମଧ୍ୟରେ ଛାତ୍ର, ପ୍ରୋଫେସନାଲ ଓ ପର୍ଯ୍ୟଟକଙ୍କ ଆଦାନ-ପ୍ରଦାନକୁ ସହଜ କରିବ । ଯଦ୍ୱାରା ଏହି ସମ୍ବନ୍ଧ ଆହୁରି ସୁଦୃଢ଼ ହେବ ।

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟେଲ କହିଛନ୍ତି ଯେ, ଭାରତ-ଅଷ୍ଟ୍ରେଲିଆ ବାସ୍ତବରେ ପାର୍ଟନର ଯିଏକି ଲୋକତନ୍ତ୍ର, ଶାସନ ଓ ପାରଦର୍ଶିତା ମୂଲ୍ୟକୁ ଯୋଡ଼ିଥାନ୍ତି । ୨ ଭାଇ ପରି ଏହି ୨ ରାଷ୍ଟ୍ର ମହାମାରୀରେ ପରସ୍ପରକୁ ସହଯୋଗ କରିଥାନ୍ତି ।