୩ ଦିନରେ ବଲାଙ୍ଗିରରୁ ୩ କରୋନା ପଜିଟିଭ ଚିହ୍ନଟ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେଧିରେ କମୁଥିବା ବେଳେ ସୁସ୍ଥସଂଖ୍ୟା ବଢ଼ିବାରେ ଲାଗିଛି। ଗତ ତିନି ଦିନ ମଧ୍ୟରେ ଜିଲ୍ଲାରେ କେବଳ ୩ ଜଣ ନୂତନ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ ଟିଟିଲାଗଡ଼ ବ୍ଲକ ଭୁଷଲାଡ଼ ପଂଚାୟତର ଜଣେ ରହିଛନ୍ତି। ସେ ମୁମ୍ବାଇରୁ ଫେରି ମେ’୧୧ରୁ ୨୪ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ କେନ୍ଦ୍ରରେ ଓ ପରେ ହୋମ କ୍ୱାରେଣ୍ଟାଇନରେ ଥିଲେ। ସେହିପରି ଦ୍ୱିତୀୟ ଜଣଙ୍କ ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁର୍ଡ଼ା ପଂଚାୟତର ହୋଇଥିବାବେଳେ ସେ ମଧ୍ୟ କ୍ୱାରେଣ୍ଟାଇନରେ ଥିଲେ । ତୃତୀୟ ଜଣଙ୍କ ପାଟଣାଗଡ଼ ବ୍ଲକ ବାଲିପଟା ପଂଚାୟତର ଏବଂ ସେ ତାମିଲନାଡ଼ୁରୁ ଫେରି କ୍ୱାରେଣ୍ଟାଇନ କେନ୍ଦ୍ରରେ ଥିଲେ।

ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୪ ହୋଇଥିବାବେଳେ ୧୪୩ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୧୧ଟି ସକ୍ରିୟ ମାମଲା ରହିଛି।