ସିଲ୍ ହେଲା ବ୍ଲୁ ହ୍ୱେଲ ହସ୍ପିଟାଲ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମଞ୍ଚେଶ୍ୱର ସ୍ଥିତ ବ୍ଲୁ ହ୍ୱେଲ ହସ୍ପିଟାଲରୁ ୨୭ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏହାକୁ ସିଲ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଉକ୍ତ ହସ୍ପିଟାଲକୁ କୋଭିଡ-୧୯ ଗାଇଡଲାଇନର ଉଲଂଘନ ଦର୍ଶାଇ ସିଲ କରାଯାଇଛି।

ସୂଚନା ଅନୁସାରେ ଜୁନ୍ ୨୩ ତାରିଖରେ ଉକ୍ତ ହସ୍ପିଟାଲରୁ ୨୭ଟି କରୋନା ପଜିଟିଭ କେସ୍ ବାହାରିଥିଲା। ଫଳରେ ଆଜି ହସ୍ପିଟାଲକୁ ସିଲ କରାଯିବା ସହ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।