ଭୁବନେଶ୍ୱର,ଏନ୍ଏନ୍ଏସ୍: ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା। ଆଉ ୬ ମାସ ମିଳିବ ମାଗଣା ଚାଉଳ। ୬ ମାସ ଅବଧି ବଢାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଆଧାରରେ ଏହି ଅତିରିକ୍ତ ମାଗଣା ଚାଉଳ ଚଳିତର୍ର୍ ଏପ୍ରିଲରୁ ସେପ୍ଟେମ୍ବର ଯାଏ ହିତାଧିକାରୀଙ୍କୁ ମିଳିବ। ଏହା ଦ୍ୱାରା ରାଜ୍ୟର ୮ ଲକ୍ଷ ୯ ହଜାର ହିତାଧଇକାରୀ ଉପକୃତ ହେବେ।
ଏଥିପାଇଁ ୯୧ କୋଟି ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ପ୍ରତି ହିତାଧିକାରୀଙ୍କୁ ମାସିକ ୫ କେଜି ଚାଉଳ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ୨୪ ହଜାର ୨୭୦ ଟନ୍ ଚାଉଳ ଯୋଗାଇ ଦିଆଯିବ। ପୂର୍ବରୁ ଏହି ଯୋଜନା ଡିସେମ୍ବର ୨୦୨୧ରୁ ମାର୍ଚ୍ଚ ୨୦୨୨ ଯାଏଁ ରହିଥିଲା।