ଭୋପାଳ: ମଧ୍ୟପ୍ରଦେଶର କୁନ୍ନୋ ନ୍ୟାସନାଲ ପାର୍କରେ ଆଉ ଏକ ଚିତାର ମୃତ୍ୟୁ ଘଟିଛି । ନର ଚିତାର ହିଂସକ ଆକ୍ରମଣ ଯୋଗୁ ମାଦା ଚିତା ଦକ୍ଷା ପ୍ରାଣ ହରାଇଛି । ସକାଳ ୧୦ଟା ୪୫ ମିନିଟରେ ମନିଟରିଂ ଟିମ୍ ମାଦାକୁ ଆହତ ଅବସ୍ଥାରେ ଦେଖିବାକୁ ପାଇଥିଲେ । ପରେ ଦକ୍ଷାର ଚିକିତ୍ସା ଚାଲିଥିବା ସମୟରେ ଦିନ ୧୨ଟାରେ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକାର ନାମବିୟାରୁ ଆସିଥିବା ଚିତାଙ୍କ ମଧ୍ୟରୁ ୨ଟି ଚିତା ମରି ସାରିଲେଣି । ଏହାପୂର୍ବରୁ ଗତ ମାସରେ ୬ ବର୍ଷୀୟ ଉଦୟ ଚିତାର ମୃତ୍ୟୁ ଘଟିଥିଲା ।