ଗଛରେ ଝୁଲୁଛି ଯୁବକ-ଯୁବତୀଙ୍କ ମୃତଦେହ, ପୋଲିସର ତଦନ୍ତ ଆରମ୍ଭ

ମୟୂରଭଞ୍ଜ,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରୁ ଯୁବକ-ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ତେବେ କେମିତି ଓ କେଉଁ ପରିସ୍ଥିତିରେ ଉଭୟଙ୍କ ମୃତ୍ୟୁ ହେଲା ସେ ନେଇ ପୁଲିସ ଯାଞ୍ଚ ଆରମ୍ଭ କରିଛି।

ସୂଚନା ଅନୁସାରେ, ଜିଲ୍ଲାର ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଧାନଶୋଳଠାରେ ଗଛରୁ ଝୁଲନ୍ତା ଅବସ୍ଥାରେ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକେ ଉଭୟଙ୍କ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ଉଭୟଙ୍କ ଘର ଦରଖୁଳିରେ ବୋଲି ସୂଚନା ମିଳିଛି। ଘରଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି। ଏନେଇ ଘଟଣାସ୍ଥଳରେ ରାସଗୋବିନ୍ଦପୁର ପୁଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି।