ଦଳରେ ଅରୁଣ ସାହୁ ଥିବା ପର୍ଯ୍ୟନ୍ତ ନିରପେକ୍ଷ ତଦନ୍ତ ହୋଇପାରିବ ନାହିଁ: ସମ୍ବିତ ପାତ୍ର

ନୟାଗଡ଼,ଏନ୍ଏନ୍ଏସ୍: ପରୀ ପ୍ରସଙ୍ଗରେ ପରୀକୁ ନ୍ୟାୟ ଦେବା ପାଇଁ ଚାରିଆଡୁ ସ୍ୱର ଉଠୁଥିଲେ ହେଁ ଏପର୍ଯ୍ୟନ୍ତ ଏହି ମାମଲାରେ ନିରପେକ୍ଷ ଭାବରେ ତଦନ୍ତ ବି ହୋଇ ପାରୁନି। ଦୋଷୀଙ୍କୁ ଘଣ୍ଟ ଘୋଡାଇବାକୁ ଯୋରଦାର ଚେଷ୍ଟା ଚାଲିଛି। ଏହାରି ମଧ୍ୟରେ ବିରୋଧୀ ଦଳ ମଧ୍ୟ ରାଜ୍ୟ ସରକାରଙ୍କ ପାଖରେ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ନେଇ ବାରମ୍ବାର ଦାବି କରି ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ପରୀ ପରିବାରକୁ ଭେଟିବାକୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ନୟାଗଡ଼ ଜିଲ୍ଲା ଯଦୁପୁରରେ ପହଞ୍ଚିଥିଲା। ସେଠାରେ ପରୀ ବାପା-ମା’ଙ୍କ ସହ ଆଲୋଚନା ପରେ ୫ ବର୍ଷର ଝିଅକୁ ନ୍ୟାୟ ଦେବାକୁ ସିବିଆଇ ତଦନ୍ତ ଦାବି କରିଛନ୍ତି ସମ୍ବିତ ପାତ୍ର।

ଏଥିସହିତ ମନ୍ତ୍ରୀ ଅରୁଣ ସାହୁ ଯେଉଁ ପର୍ଯ୍ୟନ୍ତ ଦଳରେ ଅଛନ୍ତି ସେ ପର୍ଯ୍ୟନ୍ତ ପରୀ ମାମଲାରେ ନିରପେକ୍ଷ ତଦନ୍ତ ସମ୍ଭବ ନୁହେଁ ବୋଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍ ପାତ୍ର ମତ ରଖିଛନ୍ତି।