ସତହେଲା ଆଇଏମଡି ପୂର୍ବାନୁମାନ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ପୂର୍ବରୁ ଯେତେ ଗୁଡ଼ିଏ ବାତ୍ୟା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ସେ ସବୁର ପୂର୍ବାନୁମାନ ଭାରତୀୟ ମେଟାଲୋଜିକାଲ୍ ବିଭାଗ ସଠିକ୍ ଭାବରେ ଉପସ୍ଥାପନା କରିଥିଲେ। ୨୦୧୩ରେ ଫାଇଲିନ୍, ୨୦୧୪ରେ ହୁଡୁହୁଡୁ,୨୦୧୯ ଫାନି ଓ ବୁଲବୁଲ୍ ଏସବୁ ବାତ୍ୟାର ଗତିପଥ ତିବ୍ରତା ଓ ଲ୍ୟାଣ୍ଡଫଲର ଲକ୍ଷସ୍ଥଳକୁ ନେଇ ଯାହା କିଛି ପୂର୍ବାନୁମାନ କରିଥିଲେ ସେସବୁ ସଠିକ୍ ବୋଲି ପ୍ରମାଣିତ ହୋଇଥିଲା ଏବଂ ଏଥର ମଧ୍ୟ ଅମ୍ଫାନକୁ ନେଇ ଆଇଏମଡି କରିଥିବା ପୂର୍ବାନୁମାନ ସମ୍ପୂର୍ଣ୍ଣ ଠିକ୍ ବୋଲି ପ୍ରମାଣିତ ହୋଇଛି। ଯଦିଓ ଅମ୍ଫାନର ଗତିପଥ ଓ ଲ୍ୟାଣ୍ଡଫଳକୁ ନେଇ କିଛି ବିଦେଶୀ ପାଣିପାଗ ବିଭାଗ ଅଲାଗ ତଥ୍ୟ ଦେଉଥିଲେ କିନ୍ତୁ ଆଇଏମଡି ପ୍ରଥମରୁ ହିଁ ଯାହା ପୂର୍ବାନୁମାନ କରିଥିଲେ ତାହା ଠିକ୍ ବୋଲି ଲ୍ୟାଣ୍ଡଫଲ ପରେ ଜଣାପଡ଼ିଛି।

ସକାଳେ ୟୁଏସନେଭି ପକ୍ଷରୁ ଜାରି ହୋଇଥିବା ମଡେଲ୍ ଅନୁଯାୟୀ ବାତ୍ୟାଟି ବାଲେଶ୍ୱରରେ ସ୍ଥଳଭାଗ ଛୁଇଁବ ବୋଲି ଆଶଙ୍କା ବଢ଼ିଯାଇଥିଲା। ମାତ୍ର ଆଇଏମଡି ମହାନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର ଏହାକୁ ଖଣ୍ଡନ କରିବା ସହ ଆଇଏମଡି ପୂର୍ବାନୁମାନ ହୋଇଥିବା ରାସ୍ତାରେ ହିଁ ବାତ୍ୟା ଗତିକ କରିବ ବୋଲି କହିଥିଲେ। କିଛି ସମୟ ପରେ ବାତ୍ୟା ପୂର୍ବ ନିର୍ଦ୍ଧାରିତ ପଥରେ ଯିବା ସହ ରାଜ୍ୟ ଆଶ୍ୱସ୍ଥି ଅନୁଭବ କରିଥିଲେ। ଉପରୋକ୍ତ ବାତ୍ୟ ଗୁଡ଼ିକୁ ଅନୁଧ୍ୟାନ କଲେ ସହଯରେ ଅନୁମେୟ ଯେ, ଆଇଏମଡି,ଗୋପାଳପୁର ଓ ପାରାଦୀପ ଏବଂ ଭୁବନେଶ୍ୱରରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ବଙ୍ଗୋପସାଗରର ଉଷ୍ଣତା, ଆଦ୍ରତା ଆଦିର ଚରିତ୍ରକୁ ଭଲ ଭାବେ ଜାଣିଛନ୍ତି ଏବଂ ସଠିକ୍ ଅଧ୍ୟୟନ କରିପାରୁଛନ୍ତି। ଏଥିପାଇଁ ସେମାନେ ଧନ୍ୟବାଦର ପାତ୍ର ନିଶ୍ଚିନ୍ତ।