ବେଆଇନ ବାଲି ଟ୍ରାକ୍ଟର ଧରିଲେ ଆରଆଇ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କେରମେଲି ପଞ୍ଚାୟତ ଲାଚୁଟ ନଦୀରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ବଢ଼ିବାରେ ଲାଗିଛି । ଏନେଇ ସଇଁନ୍ତଲା ତହସିଲ ବିଭାଗ କିଛିଦିନ ହେବ ତତ୍ପର ହେବାସହ ବେଆଇନ ବାଲି ଚୋରା ଚାଲାଣ କରୁଥିବା ଗାଡ଼ିଗୁଡ଼ିକୁ ଧରି ଫାଇନ ଆଦାୟ କରୁଛି । ଲାଚୁଟ ନଦୀରୁ ବେଆଇନ ଭାବେ ଆଶିଷ କୁମାର ସାହୁଙ୍କ ଟ୍ରାକ୍ଟର ଗାଡ଼ିରେ ବାଲି ଚୋରା ଚାଲାଣ ହେଉଥିବା ନେଇ ସଇଁନ୍ତଲା ତହସିଲଦାର ଖବର ପାଇଥିଲେ । ପରେ ଆରଆଇ ଅଶ୍ୱନୀ କୁମାର ସାହୁ, ଅତିରିକ୍ତ ଆରଆଇ ନମ୍ରତା ବାରାଙ୍କୁ ନିର୍ଦ୍ଦେଶ ଦେବାରୁ ଟ୍ରାକ୍ଟର ଗାଡ଼ିକୁ ଅଟକ ରଖି ୧୫ ହଜାର ଟଙ୍କା ଜୋରିମାନା ପକାଇଥିବା ଜଣାପଡ଼ିଛି ।