ରାକ୍ଷୀ ସାୱନ୍ତ ଗିରଫ

ମୁମ୍ବାଇ: ବଲିଉଡର ଡ୍ରାମା କୁଇନ ରାକ୍ଷୀ ସାୱନ୍ତଙ୍କୁ ମୁମ୍ବାଇର ଅମ୍ବୋଲୀ ପୁଲିସ ଗିରଫ କରିଛି । ଏନେଇ ଜଣେ ପୁଲିସ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ଏହାପୂର୍ବରୁ ପୁଲିସ ତାଙ୍କୁ ଜେରା କରିଥିଲା ।

ସୂଚନାଯୋଗ୍ୟ, ଅନ୍ୟଜଣେ ଅଭିନେତ୍ରୀଙ୍କ ସୋସିଆଲ ମିଡିଆରେ ଭିଡିଓ ଲିଙ୍କ ଏବଂ ଫଟୋକୁ କଥିତ ରୂପେ ବାଣ୍ଟିବା ଅଭିଯୋଗରେ ରାକ୍ଷୀ ସାୱନ୍ତଙ୍କୁ ଗିରଫ କରାଯାଇଛି । ରାକ୍ଷୀଙ୍କ ବିରୋଧରେ ମହିଳା ଅଭିନେତ୍ରୀ ମାମଲା ଦାୟର କରିଥିଲେ।