ଶ୍ରମିକ ଚାଲାଣବେଳେ ୨ ଦଲାଲ ଗିରଫ, ୧୮ ନାବାଳିକା ଓ ୪ ପୁରଷ ଉଦ୍ଧାର

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଚିଲିଗୁଡା ଗ୍ରାମର ୧୨ଜଣ ନାବାଳିକା ଓ ୨ ଜଣ ପୁରୁଷ ଏବଂ ଜଙ୍ଗରଡା ଗ୍ରାମର ୬ଜଣ ନାବାଳିକା ଓ ୨ଜଣ ପୁରୁଷ ବେଆଇନ ଭାବେ ଚାଲାଣ ହେଉଥିବା ବେଳେ ପୁଲିସ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଛି। ଏହି ପରିପ୍ରେକ୍ଷୀରେ ପୁଲିସ ୨ ଦଲାଲଙ୍କୁ ଗିରଫ କରିଛି।

ସେମାନଙ୍କ ମଧ୍ୟରେ ଜଣେ ଆନ୍ଧ୍ରପ୍ରଦେଶର ସଲୁର ଥାନା ଅନ୍ତର୍ଗତ ପୁରଇତନବଲସା ଗ୍ରାମର ବି ସୁନ୍ଦର ରାଓ ଓ ସଲୁର ଗ୍ରାମର ପ୍ରବାତି ଖୋରା। ତେବେ ସେମାନେ ଆନ୍ଧ୍ରପ୍ରଦେଶର ସାଲୁରକୁ ବେଆଇନ ଭାବେ ଶ୍ରମିକ ଚାଲାଣ କରୁଥିଲେ। ଏହାର ଖବର ପାଇ ପଟ୍ଟାଙ୍ଗୀ ଥାନା ପୁଲିସ ଏନ୍ଏଚ୍-୨୬ ପୁକାଳି ଛକ ଠାରେ ପୁଲିସ ଛକି ରହିଥିଲା। ସେହି ସମୟରେ ଉକ୍ତ ରାସ୍ତାରେ ବସ୍ଟି ଯାଉଥିବା ବେଳେ ପୁଲିସ ଜବତ କରିବା ସହ ୨ ଦଲାଙ୍କୁ ଥାନାରେ ଅଟକ ରଖିଛି।

ସେହିପରି ସେଠାରୁ ଉଦ୍ଧାର ହୋଇଥିବା ଶ୍ରମିକ ମାନଙ୍କୁ ସେମାନଙ୍କ ଅଭିଭାବକ ମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି। ଏ ନେଇ ପୁଲିସ ୧୦୮/୨୪-୧୧-୨୦୧୯ରେ ଧାର ୩୭୪ ଆଇପିସି ୨୫ ଶ୍ରମିକ ଚାଲାଣ କେସ୍ରେ ମାମଲା ରୁଜୁ କରିଛି। ସେମାନଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି।