ଫ୍ୟାଲେରିଆ ନିରାକରଣ ବଟିକା ଖାଇ ଶତାଧିକ ଅସୁସ୍ଥ

ପାତ୍ରପୁର,ଏନ୍ଏନ୍ଏସ୍: ସାରା ଗଂଜାମ ଜିଲ୍ଳାରେ ଆଜି ଫ୍ୟଲେରିଆ ନିରାକରଣ ଅଭିଯାନ ଆରମ୍ବ ହୋଇଛି। ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆଜି ପାତ୍ରପୁର ବ୍ଳକରେ ବିଭିନ୍ନ ଗ୍ରାମ ସ୍କୁଲ ମାନଙ୍କରେ ଫ୍ୟାଲେରିଆ ନିରାକାରଣ ଔଷଧ ବଂଟନ କରାଯାଇଥିଲା। ଏଥିରେ ବ୍ଳକର ବିଭିନ୍ନ ଯାଗାରେ କୋଳହଳ ଦେଖିବାକୁ ମିଳିଛି। କିଛି ଯାଗାରେ ଏହାକୁ ନେଇ ଭଲ ଥିବା ବେଳେ କିଛି ଯାଗରେ ବହୁ ବିଦ୍ୟାର୍ଥି ଏହାର ପ୍ରଭାବରେ ଅସୁସ୍ଥ ହୋଇପଡ଼ିଛନ୍ତି। ଏହି କ୍ରମରେ ସନ୍ଧ୍ୟାରେ ପାତ୍ରପୁର ମେଡ଼ିକଲେରେ ଗହଳି ଦେଖିବାକୁ ମିଳିଥିବା ବେଳେ ଘଟଣା ସ୍ଥଳକୁ ଯିବାରୁ ମେଡ଼ିକାଲରେ ବହୁ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ଅତେଚ ହୋଇ ପଡ଼ିଥିବା ଦେଖିବାକୁ ମିିଳିଥିଲା।

ଖବର ନେବାରୁ ଜଣାପଡ଼ିଥିଲା ଯେ, ଏହି ବ୍ଳକର ବାଦପୁର ପଂଚାୟତ ବୁରୁପୋଡ଼ା ଗ୍ରାମରେ ରହିଥିବା ସ୍କୁଲରେ ଆଜି ମଧ୍ୟହ୍ନରେ ଫ୍ୟାଲେରିଆ ନିରାକରଣ ବଟିକା ଅଙ୍ଗନୱାଡ଼ି କର୍ମି ଓ ସ୍କଲର ଶିକ୍ଷକ ମାନଙ୍କ ସହାୟତାରେ ବଂଟନ କରାଯାଇଥିଲା। ତେବେ ଏହା ଖାଇବା ପରେ ପିଲାମାନଙ୍କ ମୁହ ବୁଲାଇବା ସହ ବହୁ ପିଲା ଅଚେତ ହେଇ ପଡ଼ିଯାଇଥିଲୋ। ପ୍ରଥମେ ଦୁଇ ଜଣକ ମୁହଁ ବୁଲାଇବା ସହ ପେଟରେ ଯନ୍ତ୍ରଣା ହୋଇଥିଲା। ପରେ ସନ୍ଧ୍ୟାରେ ଗ୍ରାମର ପ୍ରାୟ ୫୦ ରୁ ଉର୍ଦ୍ଦ ପିଲାଙ୍କୁ ଏଭଳି ହୋଇଥିବା ଫଳରେ ପରିବାର ବର୍ଗ ଓ ଗ୍ରାମବାସୀ ପିଲାମାନଙ୍କୁ ପାତ୍ରପୁର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ତେବେ ଏଠାରେ ବହୁ ପିଲା ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ପିଲାମାନେ ସୁସ୍ଥ ହୋଇ ବର୍ତମାନ ଘରକୁ ଫେରିଥିବା ଜଣାପଡ଼ିଛି।

ସବୁଠାରେ ଦୁଃଖର ବିଷୟ ଏହା ଯେ, କଣ ପିଲା ପିଲାମାନଙ୍କୁ ବଟିକା ଦିଆଯାଇଥିଲା ଏବଂ ସେଗୁଡ଼ିକ କି ବଟିକା ସେ ବିଷୟରେ କୌଣସି ବି ପିଲା ଅବଗତ ନଥିବା ବେଳେ କିଛି ପିଲା କୃମି ଔଷଧ ବୋଲି ପ୍ରକାଶ କରିଥିଲେ। ଏହି କ୍ରମରେ ଉକ୍ତ ସ୍କୁଲରେ ଜଣେ ଶିକ୍ଷକଙ୍କ ବୟାନ ଏବେ ଚର୍ଚ୍ଚାର ବିଷୟ ହୋଇଛି। ପିଲାମାନଙ୍କୁ କି ମେଡ଼ିସନ ଦିଆଯାଇଛି ସେ ବିଷୟରେ ସଚେତନତା କରାନଯାଇନଥିଲା କି ଏବିଷୟରେ ଅଭିଭାବକ ମାନଙ୍କ ମତ ଲୋଡ଼ାଯାଇନଥିବା କଥା ପିତାମାତା ମାନେ କହିଛନ୍ତି। ପୁର୍ବରୁ ଏହି ବ୍ଳକରେ ଏଭଳି ଘଟଣାମାନ ବହୁବାର ଦେଖିବାକୁ ମିଳିଥିବା ବେଳେ ବର୍ତମାନର ଘଟଣା ଏକ ଚର୍ଚ୍ଚାର ବିଷୟ ପାଲୋଟିଛି।

ଏ ଉପରେ ସଚେତନତା କରିବା ପାଇଁ ବୁଦ୍ଦିିଯିବୀ ମାନେ ଦାବି କରିଛନ୍ତି। ତେବେ ଅନ୍ୟ ଗ୍ରାମ ମାନଙ୍କରେ ମଧ୍ୟ କିଛି ଏଭଳି ଅସୁସ୍ଥ ଅଛନ୍ତି କାହାକୁ ବାନ୍ତି ତ ଆଉ କାହାକୁ ମୁଣ୍ଡ ବୁଲାଉଥିବା ନଜରକୁ ଆସିଛି। ଅଭିଭାବକ ମାନଙ୍କ ବିନା ଅନୁମତିରେ ଔଷଧ କାହିଁକି ଦଆଗଲା ବୋଲି ମା ବାପା ମାନେ ପ୍ରଶ୍ନ କରିଛନ୍ତି। ଏହାକୁ ନେଇ ଏବେ ଅଂଚଳରେ ଭୟର ବାତାବରଣ ଦେଖାଦେଇଥିବା ବେଳେ ସଚେତନତା ଜରୁରୀ ହୋଇପଡ଼ିଛି। ଏନେଇ ସ୍ୱାସ୍ଥ୍ୟ ବିଭାଗର ମ୍ୟାଲେରିଆ ସୁପରଭାଇଜର ଦୀପକ ମହାପାତ୍ରଙ୍କ ସହ ଯୋଗାଯୋଗ କରିବାରୁ କମ ଖାଦ୍ୟ ଖାଇବା ଫଳରେ ଏଭଳି ହୋଇଥିବା ଅନୁମାନ କରିବା ସହ ଏହା ବିଶେଷ କିଛି ପ୍ରଭାବ ପକାଇବ ନାହି ବୋଲି ପ୍ରକାଶ କରିଥିଲେ।