ହକି ବିଶ୍ୱକପ ଜିତିଲେ ପ୍ରତି ଖେଳାଳିଙ୍କୁ ମିଳିବ କୋଟିଏ ଟଙ୍କା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଭାରତୀୟ ହକି ଦଳ ବିଶ୍ୱକପ୍ ଜିତିଲେ ପ୍ରତି ଖେଳାଳିଙ୍କୁ ୧ କୋଟି ଟଙ୍କା ମିଳିବ । ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ରାଉରକେଲାରେ ୱାର୍ଲ୍ଡକପ୍ ଭିଲେଜ ଉଦଘାଟନ କରିବା ସହ ନବୀନ ଖେଳାଳିଙ୍କ ସହ କଥା ମଧ୍ୟ ହୋଇଛନ୍ତି ।