ନୂଆଦିଲ୍ଲୀ,ଏଜେନ୍ସି: ଗୋଟିଏ ପଟେ ଋଷ୍ ଓ ୟୁକ୍ରେନ୍ ମଧ୍ୟ ଯୁଦ୍ଧ ଚାଲିଥିବା ବେଳେ ଅନ୍ୟ ପଟେ ଭାରତ ଓ ଋଷ୍ର ସମ୍ପର୍କକୁ ନେଇ ଏବେ ବିଚଳିତ ହେବାରେ ଲାଗିଛି ଆମେରିକା। ଆମେରିକାର ବାରମ୍ବାର କହିଲା ପରେ ଭାରତ ପଛକୁ ନଫେରିବା କାରଣରୁ ବର୍ତ୍ତମାନ୍ ଖୋଲାଖୋଲି ଭାବେ ଆମେରିକା ଭାରତକୁ ଚେତାବନୀ ଦେବା ଆରମ୍ଭ କରିଛି।
ଆମେରିକା ପଟୁ କୁହାଯାଇଛି ଯେ ଯଦି ଭାରତ ଋଷ ସହ ଆଉ ସମ୍ପର୍କ ରଖେ ତେବେ ଏହାର ପରିଣାମ ଖୁବ୍ ଭୟଙ୍କର ହେବ। ସୁଚନା ଅନୁସାରେ ହ୍ୱାଇଟ୍ ହାଉସ ନ୍ୟାସନାଲ ଇକୋନୋମିକ୍ କାଉନସିଲ ର ନିର୍ଦ୍ଦେଶକ ବ୍ରାୟନ ଡ଼ିଜ୍ କହିଛନ୍ତି “ ଭାରତ ପୂର୍ବରୁ କହି ଆସିଛି ଋଷ ଓ ୟୁକ୍ରେନ୍ ମଧ୍ୟରେ କୂଟନୈତିକ ସ୍ତରରେ ଆଲୋଚନା କରି ଏହି ସମସ୍ୟାର ସମାଧାନ କରିବା ଉଚିତ୍ ,ଏପରିକି ୟୁକ୍ରେନ୍କୁ ସାହାର୍ଯ୍ୟ କରିବା ପାଇଁ ମାନବୀୟ ସାହାର୍ଯ୍ୟ କରିବା ପାଇଁ ମଧ୍ୟ ଆଗେଇ ଆସିଛି।
ଅନ୍ୟ ପଟେ ଋଷ ରିହାତିରେ ଦେଉଥିବା ଇନ୍ଧନ ଓ ତେଲ ନେବା ପାଇଁ ମଧ୍ୟ ଭାରତ ପ୍ରସ୍ତୁତ ଅଛି। ତେବେ ଏହା ମଧ୍ୟ କୁହାଯାଇଛି ଯେ ଭାରତକୁ ମଧ୍ୟ ଚୀନର ଆକ୍ରମଣରୁ ରକ୍ଷା ପାଇବା ପାଇଁ ଆମେରିକାର ସାହାର୍ଯ୍ୟ ଦରକାର କିନ୍ତୁ ଋଷ ପ୍ରତି ଭାରତର ନିରପେକ୍ଷ ଓ ସ୍ୱତନ୍ତ୍ରତା ପାଇଁ ଆମେରିକା ବର୍ତ୍ତମାନ ଦ୍ୱନ୍ଦରେ ପଡ଼ିଯାଇଥିବା କଥା କୁହାଯାଉଛି। କେବଳ ଏତିକି ନୁହେଁ ଆମେରିକାର ତରଫରୁ ଭାରତକୁ କୂହାଯାଇଛି ଯେ ଭାରତ ଯଦି ଋଷ୍ ହତିଆର ଉପରେ ନିର୍ଭରତା କମ୍ କରେ ତେବେ ଆମେରିକା ଭାରତକୁ ଅସ୍ତ୍ରଶସ୍ତ୍ର ଯୋଗାଇବ।