ଲେମ୍ବୁ ଦର ଶୁଣି ଗ୍ରାହକଙ୍କ ପାଟି ଆମ୍ବିଳା, କିଲୋ ପିଛା ୨୫୦-୨୮୦ ଟଙ୍କା

ରାଜସ୍ଥାନ,ଏଜେନ୍ସି: ଗ୍ରୀଷ୍ମ ଦିନ ଆରମ୍ଭ ହେବା ସହିତ ପନିପରିବା ଦର ଆକାଶଛୁଆଁ ହୋଇଯାଇଛି। ବିଶେଷକରି ଲେମ୍ବୁ, ଭେଣ୍ଡି, କାକୁଡି, ଶାଗର ମୂଲ୍ୟ ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଇଛି।

ରାଜସ୍ଥାନ କୋଟାରେ ଲେମ୍ବୁର ମୂଲ୍ୟ ଆଜିର ଦିନରେ ପେଟ୍ରୋଲ ଏବଂ ଡିଜେଲ ଅପେକ୍ଷା ଅଧିକ ମହଙ୍ଗା ହୋଇଛି। ୧୦ ଦିନ ପୂର୍ବରୁ ଲେମ୍ବୁର ମୂଲ୍ୟ କିଲୋ ପିଛା ୬୦-୭୦ ଟଙ୍କା ଥିବା ବେଳେ ବର୍ତ୍ତମାନ ଏହା ୨୫୦-୨୮୦ ଟଙ୍କାକୁ ବୃଦ୍ଧି ପାଇଛି। ମୂଲ୍ୟ ବୃଦ୍ଧି ସହିତ ଲୋକମାନେ ଲେମ୍ବୁ କିଣିବା ମଧ୍ୟ କମାଇ ଦେଇଛନ୍ତି।

କେବଳ ଅଳ୍ପ ଲୋକ ଲେମ୍ବୁ କିଣୁଥିବା ଦେଖିବାକୁ ମିଳିଛି। କେବଳ ଲେମ୍ବୁ ନୁହେଁ ବ୍ୟତୀତ ଭେଣ୍ଡି,କଲରା,ଶାଗ, ପନିପରିବାରେ ୧୫ ରୁ ୭୦ ରୁ ୮୦ ଟଙ୍କାକୁ ବୃଦ୍ଧି ପାଇଛି।

ଏଥିରେ କୌଣସି ସନ୍ଦେହ ନାହିଁ ଯେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ହେତୁ ପନିପରିବା ମହଙ୍ଗା ହୋଇଛି। ପନିପରିବା ବିକ୍ରି କରୁଥିବା ଦୋକାନୀମାନେ କହିଛନ୍ତି ଯେ ବର୍ତ୍ତମାନଠାରୁ ପନିପରିବା ମହଙ୍ଗା ହେଉଛି, ତେଣୁ ଆମକୁ ମଧ୍ୟ ବହୁତ ମୂଲ୍ୟ ଦେବାକୁ ପଡିବ।

ଏଥି ସହିତ ଗ୍ରାହକମାନେ କହିଛନ୍ତି ଯେ ପୂର୍ବରୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଥିଲା, ବର୍ତ୍ତମାନ ପନିପରିବା ଦର ମଧ୍ୟ ବୃଦ୍ଧି ପାଇଛି।