ରାୟଗଡା,ଏନ୍ଏନ୍ଏସ୍: ଜିଲ୍ଲା ସମାଜ ସୁରକ୍ଷା ବିଭାଗ ପକ୍ଷରୁ ଆଜି ୩ ଜଣ ତୃତୀୟ ଲିଙ୍ଗିଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଛି। ସମଲିଙ୍ଗି ସୁରକ୍ଷା ଏବଂ ଅଧିକାର ଆଇନ-୨୦୧୯ ଅନୁସାରେ ଜିଲ୍ଲାପାଳଙ୍କ ଅନୁମୋଦିତ ପରିଚୟପତ୍ର ଉକ୍ତି ବ୍ୟକ୍ତିମାନଙ୍କୁ ପ୍ରଦାନ କରାଯାଇଛି। ଏହି ମାନପତ୍ର ପାଇବା ଦ୍ୱାରା ସମଲିଙ୍ଗି ବ୍ୟକ୍ତି ବିଶେଷ ସରକାରୀ କର୍ମନିୟୋଜନ କ୍ଷେତ୍ରରେ ସଂରକ୍ଷଣ, ଦାରିଦ୍ର୍ୟ ଦୂରୀକରଣ ଯୋଜନା ଓ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ଯୋଜନାରେ ହିତାଧିକାରୀ ରୂପେ ସରକାରୀ ସୁବିଧା ସୁଯୋଗ ପାଇପାରିବେ। ତେବେ ସମଗ୍ର ରାଜ୍ୟରେ ରାୟଗଡ଼ା ଜିଲ୍ଲାରେ ଏହା ପ୍ରଥମ କରି ସମଲିଙ୍ଗି ବ୍ୟକ୍ତିଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିବା ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଆଦିପତି କହଁର ସୂଚନା ଦେଇଛନ୍ତି।