ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହାଥରସ ଗୁଣ ଦୁଷ୍କର୍ମକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଆଦିତ୍ୟନାଥ କହିଛନ୍ତି ଯେ, ଗଣ ଦୁଷ୍କର୍ମ ଆରୋପୀଙ୍କୁ ଏମିତି ଦଣ୍ଡ ମିଳିବ ଯାହାକି ଭବିଷ୍ୟତରେ ଉଦାହରଣ ସୃଷ୍ଟି କରିବ। ଯୋଗୀ ସରକାର ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରତିଶ୍ରୁତିବଦ୍ଧ। ଉତ୍ତରପ୍ରଦେଶରେ ମା’ ଓ ଭଉଣୀଙ୍କ ସ୍ୱାଭିମାନରେ କ୍ଷତି ପହଞ୍ଚାଉଥିବା ଲୋକଙ୍କର ନିଶ୍ଚିତରୂପେ ବିନାଶ ଘଟିବ।
ସୂଚନାଯୋଗ୍ୟ, ହାଥରସ ଘଟଣାକୁ ନେଇ ବିରୋଧୀ ରାଜରାସ୍ତାକୁ ଓହ୍ଲାଇଥିବାବେଳେ ପୁଲିସର ଭୂମିକାକୁ ନେଇ ଲଗାତାର ଭାବେ ପ୍ରଶ୍ନ ଉଠୁଛି। କଂଗ୍ରେସ ଓ ତୃଣମୂଳ କଂଗ୍ରେସର ଅନେକ ନେତା ହାଥରସ ଯିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ପୁଲିସ ପୀଡ଼ିତାର ଗାଁ ରାସ୍ତାକୁ ବନ୍ଦ କରିଦେଇଛି।