ଆଇସିସି ଦିନିକିଆ ବ୍ୟାଟ୍ସମ୍ୟାନ ରାଙ୍କିଙ୍ଗ: ଶୀର୍ଷ ୨ରେ କୋହଲି ଓ ରୋହିତ

ଦୁବାଇ,ଏଜେନ୍ସି: ମଙ୍ଗଳବାର ଆଇସିସି ଦିନିକିଆ ରାଙ୍କିଙ୍ଗ ପ୍ରକାଶ ପାଇଥିବା ବେଳେ ବ୍ୟାଟ୍ସମ୍ୟାନ ତାଲିକାରେ ଭାରତର ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ରୋହିତ ଶର୍ମା ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ବଜାୟ ରହିଛନ୍ତି। କୋହଲି ୮୭୧ ରନ କରି ପ୍ରଥମ ଓ ରୋହିତ ୮୫୫ ରନ କରି ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ପାକିସ୍ତାନର ବାବର ଆଜମ ୮୨୯ ରନ କରି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି।

ସେହିପରି ବୋଲର ତାଲିକାରେ ୭୨୨ ପଏଣ୍ଟ ସହ ଟ୍ରେଣ୍ଟ ବୋଲ୍ଟ ପ୍ରଥମ, ୭୧୯ ପଏଣ୍ଟ ସହ ବୁମରା ଦ୍ୱିତୀୟ ଓ ୭୦୧ ପଏଣ୍ଟ ସହ ଆଫଗାନୀ ସ୍ପିନର ମୁଜିବୁର୍ ରହମାନ୍ ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ଶୀର୍ଷ ୧୦ ଅଲ୍ରାଉଣ୍ଡର୍ ସୂଚୀରେ ଭାରତର ଏକମାତ୍ର ଖେଳାଳି ରବୀନ୍ଦ୍ର ଜାଡେଜା ଅଷ୍ଟମରେ ରହିଛନ୍ତି। ଆଫଗାନିସ୍ତାନର ମହମ୍ମଦ ନବୀ ଶୀର୍ଷରେ ରହିଥିବା ବେଳେ ତାଙ୍କ ପଛରେ ଇଂଲିଶ ଅଲରାଉଣ୍ଡର ବେନ ଷ୍ଟୋକ୍ସ ରହିଥିବା ଜଣାପଡ଼ିଛି। ଆସନ୍ତା ୩୦ ତାରିଖରୁ କରୋନା ପରବର୍ତ୍ତୀ ପ୍ରଥମ ଦିନିକିଆ ସିରିଜ ଖେଳାଯିବ।