Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଇଂଲଣ୍ଡ ୨-୧ରେ ସିରିଜ୍ ବିଜୟୀ: ଷ୍ଟୁଆର୍ଟ ବ୍ରଡ୍ ପ୍ଲେୟର ଅଫ୍ ଦି ମ୍ୟାଚ୍ ଓ ସିରିଜ୍ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଇଂଲଣ୍ଡ ୨-୧ରେ ସିରିଜ୍ ବିଜୟୀ: ଷ୍ଟୁଆର୍ଟ ବ୍ରଡ୍ ପ୍ଲେୟର ଅଫ୍ ଦି ମ୍ୟାଚ୍ ଓ ସିରିଜ୍

ଓଲ୍ଡ ଟ୍ରାଫୋର୍ଡ,ଏଜେନ୍ସି: ଫାଷ୍ଟ ବୋଲର ଷ୍ଟୁଆର୍ଟ ବ୍ରଡ୍ ଓ କ୍ରିସ୍ ୱକ୍ସଙ୍କ ଘାତକ ବୋଲିଂ ସହାୟତାରେ ମଙ୍ଗଳବାର ଅନୁଷ୍ଠିତ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟକୁ ଇଂଲଣ୍ଡ ୨୬୯ ରନରେ ବିଜୟୀ ହୋଇଛି। ଫଳରେ କରୋନା ମହାମାରୀ ଜନିତ ଲକଡାଉନ୍ ପରେ ଅନୁଷ୍ଠିତ ପ୍ରଥମ ଅନ୍ତର୍ଜାତୀୟ ଟେଷ୍ଟ ସିରିଜକୁ ଇଂଲଣ୍ଡ ୨-୧ରେ ଜିତିନେଇଛି। ଏହି ସିରିଜର ପ୍ରଥମ ମ୍ୟାଚକୁ ୱେଷ୍ଟଇଣ୍ଡିଜ ୪ ୱିକେଟରେ ଓ ଦ୍ୱିତୀୟ ମ୍ୟାଚକୁ ଇଂଲଣ୍ଡ ୧୧୩ ରନରେ ଜିତିଥିଲା।

ସିରିଜ ବିଜୟ ପରେ ଇଂଲଣ୍ଡ ମଧ୍ୟ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ ନିକଟରୁ ୱିସଡେନ ଟ୍ରଫି ଛଡାଇ ଆଣିବାରେ ସମର୍ଥ ହୋଇଛି। ଏହି ମ୍ୟାଚରେ ୧୦ଟି ୱିକେଟ ନେଇ ଘରୋଇ ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବ୍ରଡଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। ସେହିପରି ପ୍ରଥମ ଟେଷ୍ଟରୁ ବାଦ ପଡ଼ିବା ପରେ ୨ଟି ମ୍ୟାଚରେ ୧୬ଟି ୱିକେଟ ନେଇଥିବା ବ୍ରଡଙ୍କୁ ଇଂଲଣ୍ଡର ଓ ରୋଷ୍ଟୋନ ଚେଜଙ୍କୁ ୱେଷ୍ଟଇଣ୍ଡିଜ ପକ୍ଷରୁ ପ୍ଲେୟର ଅଫ୍ ଦି ସିରିଜ୍ ବିବେଚିତ କରାଯାଇଛି। ଏହି ଟେଷ୍ଟ ସିରିଜ ପରେ ପାକିସ୍ତାନ ସହ ଇଂଲଣ୍ଡ ଘରୋଇ ମାଟିରେ ପାକିସ୍ତାନ ସହ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ମାଞ୍ଚେଷ୍ଟରରେ ଅଗଷ୍ଟ ୫ରୁ ଏହି ସିରିଜ ଆରମ୍ଭ ହେବ। ଏହା ପୂର୍ବରୁ ଇଂଲଣ୍ଡ ଓ ଆୟର୍ଲାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ସାଉଥାମ୍ପଟନରେ ଖେଳାଯିବ। ଏହି ମ୍ୟାଚ୍ ଗୁଡିକ ଜୁଲାଇ ୩୦, ଅଗଷ୍ଟ ୧ ଓ ୪ରେ ଖେଳାଯିବ।

ଇଂଲଣ୍ଡର ବ୍ରଡ୍ ଏହି ଟେଷ୍ଟରେ କ୍ରେଗ୍ ବ୍ରେଥୱେଟଙ୍କୁ ଆଉଟ କରି ବିଶ୍ୱର ସପ୍ତମ ଖେଳାଳି ଭାବେ ଟେଷ୍ଟ କ୍ରିକେଟରେ ୫୦୦ ୱିକେଟ ନେବାରେ ସଫଳ ହୋଇଛନ୍ତି। ତାଙ୍କ ପୂର୍ବରୁ ଶ୍ରୀଲଙ୍କାର ମୁଥୟା ମୁରଲୀଧରନ, ଅଷ୍ଟ୍ରେଲିଆର ସେନ୍ ୱର୍ଣ୍ଣ ଓ ଗ୍ଲେନ୍ ମ୍ୟାକଗ୍ରାଥ, ଭାରତର ଅନୀଲ କୁମ୍ବଲେ, ୱେଷ୍ଟଇଣ୍ଡିଜର କର୍ଟନୀ ୱାଲ୍ସ ଓ ଇଂଲଣ୍ଡର ଜେମ୍ସ ଆଣ୍ଡରସନ ୫୦୦ ୱିକେଟ କ୍ଳବର ସଦସ୍ୟ ହୋଇଥିଲେ।

ବିଶ୍ୱରେ କରୋନା ଭାଇରସ ମହାମାରୀରେ ପରିଣତ ହେବା ପରେ କ୍ରିକେଟ ଖେଳ ଆୟୋଜନ କରିବା ଦୁଃସ୍ୱପ୍ନ ହୋଇ ପଡ଼ିଥିଲା। ଏପରି ଏକ ସମୟରେ କରୋନାକୁ ବାୟୋ-ସିକ୍ୟୁର ବବଲରେ ବାନ୍ଧି ରଖି ଉଭୟ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ସାହସର ସହ ଅନ୍ତର୍ଜାତୀୟ କ୍ରିିକେଟ ଫେରାଇ ଆଣି ଇତିହାସ ସୃଷ୍ଟି କରିଥିଲେ। ସେହିପରି ସିରିଜର ପ୍ରଥମ ମ୍ୟାଚକୁ ୱେଷ୍ଟଇଣ୍ଡିଜ୍ ଜିତିବା ପରେ ଇଂଲଣ୍ଡ ଶିବିରରେ ନୈରାଶ୍ୟ ସୃଷ୍ଟି ହୋଇଥିଲା। କିନ୍ତୁ ପରବର୍ତ୍ତୀ ୨ଟି ଟେଷ୍ଟରେ ଗୋଟିଏ ଲେଖାଏଁ ଦିନ ଖେଳ ବାତିଲ ସତ୍ତ୍ବେ ଇଂଲଣ୍ଡ ଏହି ଟେଷ୍ଟ ଦୁଇଟିକୁ ସହଜରେ ଜିତିନେଇଥିଲା।

ଉଭୟ ଦଳ ଗୋଟିଏ ଲେଖାଏଁ ଟେଷ୍ଟ ଜିତିବା ପରେ ତୃତୀୟ ଟେଷ୍ଟର ଗୁରୁତ୍ୱ ବଢିଯାଇଥିଲା। କିନ୍ତୁ ଇଂଲଣ୍ଡ ପ୍ରଦତ୍ତ ୩୯୯ ରନର ଟାର୍ଗେଟକୁ ମୁକାବିଲା କରି ନପାରି ୱେଷ୍ଟଇଣ୍ଡିଜ୍ ୫ମ ତଥା ଶେଷ ଦିନରେ ମାତ୍ର ୧୨୯ ରନ୍ କରି ଅଲଆଉଟ ହୋଇଯାଇଥିଲା। ଫଳରେ ଘରୋଇ ଦଳ ଏହି ଟେଷ୍ଟ ସହ ସିରିଜ କବଜା କରିଥିଲା। ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସରେ ଜଣେ ହେଲେ ବ୍ୟାଟ୍ସମ୍ୟାନ ଇଂଲଣ୍ଡ ଫାଷ୍ଟ ବୋଲରଙ୍କୁ ମୁକାବିଲା କରିବାରେ ସମର୍ଥ ହୋଇନଥିଲେ। ଘରୋଇ ଦଳ ପକ୍ଷରୁ କ୍ରିସ୍ ୱକ୍ସ ସର୍ବାଧିକ ୫ଟି, ରେକର୍ଡ ମ୍ୟାନ ବ୍ରଡ୍ ୪ଟି ୱିକେଟ ପାଇଥିଲା ବେଳେ ଜଣେ ଖେଳାଳି ରନ୍ ଆଉଟ ହୋଇଥିଲେ। ପୂର୍ବରୁ ପ୍ରଥମ ଇନିଂସରେ ଇଂଲଣ୍ଡର ୩୬୯ ରନର ଜବାବରେ ୱେଷ୍ଟଇଣ୍ଡିଜ ମାତ୍ର ୧୯୭ ରନ୍ କରିଥିଲା।

ସେହିପରି ୨ ୱିକେଟରେ ୨୨୬ ରନ୍ କରିବା ପରେ ଇଂଲଣ୍ଡ ତାହାର ଦ୍ୱିତୀୟ ଇନିଂସ ସମାପ୍ତି ଘୋଷଣା କରି ୱେଷ୍ଟଇଣ୍ଡିଜକୁ ଚ୍ୟାଲେଞ୍ଜ ଦେଇଥିଲା। ୱେଷ୍ଟଇଣ୍ଡିଜ ଏହି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇ ନପାରି ଦୟନୀୟ ଭାବେ ଟେଷ୍ଟ ମ୍ୟାଚ୍ ସହ ସିରିଜ ହାରିଯାଇଥିଲା। ଦଳ ପକ୍ଷରୁ ୫ଜଣ ଖେଳାଳି ଡବଲ ଫିଗର ଛୁଇଁଥିଲାବେଳେ ଶାଇ ହୋପ ସର୍ବାଧିକ ୩୧ ରନ୍ କରିଥିଲେ। କରୋନା ମହାମାରୀ ପରେ ଉଭୟ ଦେଶ ଅନ୍ତର୍ଜାତୀୟ କ୍ରିକେଟ ଖେଳି ଅନ୍ୟମାନଙ୍କ ଲାଗି ଉଦାହରଣ ସୃଷ୍ଟି କରିଯାଇଛନ୍ତି।