ଆଇବିଏ ଦେଲା କରୋନା ସଚେତନତା ବାର୍ତ୍ତା: ଟଙ୍କା ଗଣିବା ପରେ ହାତ ଧୁଅନ୍ତୁ

ମୁମ୍ବଇ,ଏଜେନ୍ସି: କରୋନା ଭୂତାଣୁ ସଂକ୍ରମଣକୁ ନେଇ ଲୋକମାନେ ପଇସାକୁ ଛୁଇଁବା କିମ୍ବା ଟଙ୍କା ଗଣିବା ପରେ ସେମାନଙ୍କ ହାତକୁ ଭଲଭାବରେ ଧୋଇବା ପାଇଁ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ପକ୍ଷରୁ ନିବେଦନ କରାଯାଇଛି।

ବ୍ୟାଙ୍କର ଶାଖାଗୁଡ଼ିକୁ ଗଲେ ବ୍ୟାଙ୍କ କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଆଶଙ୍କା ଥିବାରୁ ଗ୍ରାହକମାନେ ଅନ୍‍ଲାଇନ୍‍ ଓ ମୋବାଇଲ୍‍ ବ୍ୟାଙ୍କିଂ ଜରିଆରେ କାରବାର କରିବା ପାଇଁ ଆଇବିଏ କହିଛି। କେବଳ ଅତିଆବଶ୍ୟକସ୍ଥଳେ ହିିଁ ବ୍ୟାଙ୍କ ଶାଖାକୁ ଯିବା ପାଇଁ ସଂଘ ଗ୍ରାହକମାନଙ୍କୁ ନିବେଦନ କରିଛି।