ମାନବ ସଭ୍ୟତା ପାଇଁ ବିପଦ ପାଲଟିଛି କରୋନା, ୨୪ ଘଣ୍ଟାରେ ଆମେରିକାରେ ୧୦୦ମୃତ

ୱାସିଂଟନ୍,ଏଜେନ୍ସି: ମାନବ ସଭ୍ୟତା ପାଇଁ କରୋନା ଏକ ବଡ଼ ବିପଦ ପାଲଟିଛି। ଏ ନେଇ ସାରା ବିଶ୍ୱର ଅର୍ଥନିତୀ ଓ ରାଜନିତି ଉପରେ ବଡ ସଙ୍କଟ ସୃଷ୍ଟି ହୋଇଥିବା ବେଳେ ଲୋକମାନେ ଘରୁ ପଦାକୁ ବାହାରିବା ପାଇଁ ଭୟ କରୁଛନ୍ତି। ଏହି ଭୂତାଣୁ ୧୮୦ରୁ ଅଧିକ ରାଷ୍ଟ୍ରକୁ ରାହୁ ଭଳି ଗ୍ରାସି କରିସାରିଲାଣି। ଏବଂ ଏହା ପ୍ରତିଦିନ ହଜାର ହତାର ସଂଖ୍ୟାରେ ମୁଣ୍ଡ ନେବା ଆରମ୍ଭ କରିଛି। ଏବଂ ଏହି ଭାଇରସ୍ ସଂକ୍ରମଣରେ ଆମେରିକା ମଧ୍ୟ ରହିଛି।

ଏଥିସହ ୨୪ ଘଣ୍ଟାରେ ଆମେରିକାରେ ୧୦୦ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଚିନ୍ତିତ ରହିଛନ୍ତି।