ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଇବ ସେତୁର ତୁରନ୍ତ ମରାମତି ପାଇଁ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଏନଏଚଆଇ କର୍ତ୍ତୃପକ୍ଷଙ୍କୁ ଆଜି ତାଗିତ କରିଛନ୍ତି। ବିଧାୟକ ଶ୍ରୀ ମହାନ୍ତି କହିଛନ୍ତି ଏନଏଚଆଇ ଗାନ୍ଧିଛକ ନିକଟରେ ଟୋଲଗେଟ କରି ଜିଲ୍ଲାବାସୀଙ୍କଠାରୁ ବହୁ ମାତ୍ରାରେ ଟୋଲ ଫି ଆଦାୟ କରୁଛି। ହେଲେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପଡି ରହିଥିବା ଇବ ସେତୁର ମରାମତି କଲାବେଳେକୁ ଅବହେଳା କରୁଛି। ଫଳରେ ଇବ ପୋଲ ଅବସ୍ଥା ସଙ୍ଘାତିକ ହୋଇପଡିଛି। ତେଣୁ ଶୀଘ୍ର ଏବଂ ସଠିକ ଭାବରେ ଏହି ପୋଲର ମରାମତି ଓ ରକ୍ଷଣାବେକ୍ଷଣ କରାଯାଉ ବୋଲି ଶ୍ରୀ ମହାନ୍ତି ଏନଏଚଏଆଇ କର୍ତ୍ତୃପକ୍ଷଙ୍କୁ ତାଗିତ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଝାରସୁଗୁଡାରୁ ବ୍ରଜରାଜନଗର, ବେଲପାହାଡ଼ ତଥା ଉପାନ୍ତ ଲଖନପୁର ବ୍ଲକକୁ ଯୋଡୁଥିବା ଏକମାତ୍ର ଇବ ସେତୁର ଅବସ୍ଥା ଶୋଚନୀୟ ହୋଇ ପଡିଲାଣି। ଶହଶହ ଭାରିଯାନ ଏହି ସେତୁ ଉପରେ ଚଳାଚଳ କରୁଥିବାରୁ ସେତୁଟି ଜରାଜୀର୍ଣ୍ଣ ହୋଇପଡିଛି । ହେଲେ ମଧ୍ୟ ଏନଏଚଏଆଇ କର୍ତ୍ତୃପକ୍ଷ ଏହାର ମରାମତି ପାଇଁ ପଦକ୍ଷେପ ଗ୍ରହଣ କରୁ ନଥିବା ସ୍ଥାନୀୟଲୋକେ ଅଭିଯୋଗ କଲାପରେ ଏହାର ତୁରନ୍ତ ମରାମତି ଦାବି କରିଛନ୍ତି ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି।