ଦିଲ୍ଲୀକୁ ଧୋଇଲେ ସାହା ଓ ୱାର୍ଣ୍ଣର

ଦୁବାଇ, ଏଜେନ୍ସି: ଚଳିତ ଆଇପିଏଲ୍ର ମଙ୍ଗଳବାର ସନରାଇଜର୍ସ ହାଇଦ୍ରାବାଦ ଦିଲ୍ଲୀ କ୍ୟାପିଟାଲ୍ସକୁ ୮୮ ରନରେ ପରାସ୍ତ କରିଛି। ଏହାସହ ଦଳ ତା’ର ପଞ୍ଚମ ବିଜୟ ସହ ପଏଣ୍ଟ୍ ଟେବଲରେ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି। ପ୍ରଥମେ ବ୍ୟାଟିଂ ସୁଯୋଗ ପାଇଥିବା ହାଇଦ୍ରାବାଦ ୨ ୱିକେଟରେ ୨୧୯ ରନ୍ କରି ଚଳିତ ସିଜନରେ ତା’ର ସର୍ବାଧିକ ସ୍କୋର୍ କରିଥିଲା। ଚଳିତ ସଂସ୍କରଣରେ ଦୁବାଇରେ ମଧ୍ୟ ଏହି ସର୍ବାଧିକ ସ୍କୋରର ପିଛା କରି ଦିଲ୍ଲୀ ଦୁର୍ବଳ ବ୍ୟାଟିଂ କାରଣରୁ ୯ ଓଭରରେ ମାତ୍ର ୧୩୧ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଏଥିସହ ଦିଲ୍ଲୀ ପଏଣ୍ଟ ଟେବଲର ଦ୍ୱିତୀୟରୁ ତୃତୀୟକୁ ଖସିଥିବା ବେଳେ ହାଇଦ୍ରାବାଦ ସପ୍ତମରୁ ଷଷ୍ଠକୁ ଉନ୍ନୀତ ହୋଇଛି।
ହାଇଦ୍ରାବାଦର ଅଧିନାୟକ ଡେଭିଡ୍ ୱାର୍ଣ୍ଣରଙ୍କ ସହ ଇନିଂସ ଆରମ୍ଭ କରିଥିବା ଋଦ୍ଧିମାନ ସାହା ମାତ୍ର ୪୫ ବଲ୍ ଖେଳି ସର୍ବାଧିକ ୮୭ ରନ୍ କରିଥିଲେ। ତାଙ୍କର ଏହି ଇନିଂସରେ ୧୨ଟି ଚୌକା ଓ ୨ଟି ଛକା ରହିଥିଲା। ସେହିପରି ୱାର୍ଣ୍ଣର୍ ୩୪ଟି ବଲରେ ୮ଟି ଚୌକା ଓ ୨ଟି ଛକା ଜରିଆରେ ୬୬ ଓ ମନୀଷ ପାଣ୍ଡେ ୪ଟି ଚୌକା ଓ ଗୋଟିଏ ଛକା ମାଧ୍ୟମରେ ୪୪ ରନ୍ କରି ଅପରାଜିତ ଥିଲେ। ପ୍ରଥମ ୱିକେଟରେ ସାହା ଓ ୱାର୍ଣ୍ଣର୍ ୧୦୭ ରନ୍ ଯୋଡ଼ିଥିଲେ।