ମନ୍ଦିର ଓ ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଖୋଲିବା ଦାବିରେ ରାଜ୍ୟବ୍ୟାପୀ ଘଣ୍ଟନାଦ

ଭୁବନେଶ୍ୱର, ଏନ୍ଏନ୍ଏନ୍: ଓଡ଼ିଶାରେ ମନ୍ଦିର ଓ ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଗୁଡିକୁ ଖୋଲିବା ଦାବିରେ ଆଜି ରାଜ୍ୟବାପୀ ଘଣ୍ଟନାଦ କରାଯାଇଥିଲା। ରାଷ୍ଟ୍ରୀୟ ମନ୍ଦିର ସେବକ ସଂଘ ଓ ଓଡ଼ିଶା ମନ୍ଦିର ସେବାୟତ ସଂଘର ମିଳିତ ଉଦ୍ୟମରେ ସମସ୍ତ ମନ୍ଦିର ସେବକମାନଙ୍କୁ ସରକାରୀ କର୍ମଚାରୀଙ୍କ ପରି ଉଚିତ ଦରମା ଦେବା ଦାବିରେ ଏକ ସମ୍ମିଳନୀ ହୋଇଯାଇଛି। ଏଥିରେ ଓଡ଼ିଶା ମନ୍ଦିର ସେବକ ସଂଘର ସଭାପତି କାମେଶ୍ୱର ତ୍ରିପାଠୀ ଯୋଗଦେଇ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୋଗାଚାର୍ଯ୍ୟ ଡ଼.ବିଶ୍ୱରଞ୍ଜନ ରଥ, ସୁଭାଷ ଚନ୍ଦ୍ର ମିଶ୍ର, ଦୀନବନ୍ଧୁ ଷଡ଼ଙ୍ଗୀ, ପ୍ରକାଶ ଚନ୍ଦ୍ର ବାରିକ ପ୍ରମୁଖ ଯୋଗ ଦେଇଥିଲେ ।