ସ୍ତ୍ରୀର ଜୁଇକୁ ଡେଇଁ ସ୍ୱାମୀ ମୃତ

  • ଗୋଲାମୁଣ୍ଡା: ଅତୀତରେ ସ୍ୱାମୀ ସ୍ତ୍ରୀର ପବିତ୍ର ସମ୍ପର୍କର ଅନେକ ଉଦାହରଣ ଥିବାବେଳେ ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସିଆଲଯୋଡି ଗ୍ରାମରେ। ଆଜି ସନ୍ଧ୍ୟା ସମୟରେ ଏହି ଗ୍ରାମର ନୀଳମଣି ଶବରଙ୍କ ସ୍ତ୍ରୀ ରଇବାରୀ ଶବର(୬୦) ହୃତଘାତରେ ମୃତ୍ୟୁବରଣ କରିଥିଲେ। ତାଙ୍କର ୪ ପୁଅ ଓ ଆତ୍ମୀୟ ସ୍ୱଜନ ଆସିବା ପରେ ତାଙ୍କର ଶବ ସତ୍କାର କରିବାକୁ ଗାଁ ମଶାଣିକୁ ନିଆଯାଇଥିଲା।
    ଗାଁ ମଶାଣିରେ ରଇବାରୀଙ୍କ ଜୁଇ ଜଳିବା ପରେ ଅନେକ ଲୋକେ ସ୍ନାନ କରି ଘରକୁ ଫେରିଥିଲେ। କିନ୍ତୁ ତାଙ୍କ ସ୍ୱାମୀ ନୀଳମଣି ଓ ଅନ୍ୟ କିଛି ଲୋକେ ସମସ୍ତଙ୍କ ପଛରେ ସ୍ନାନ କରି ଆସୁଥିବାବେଳେ ନୀଳମଣି ଦୌଡ଼ି ଯାଇ ଜଳୁଥିବା ସ୍ତ୍ରୀଙ୍କ ଜୁଇରେ ଡେଇଁ ପଡ଼ିଥିଲେ। ନିଅାଁର ପ୍ରକୋପ ଅଧିକ ଥିବାରୁ ତାଙ୍କୁ ବଞ୍ଚାଇବାକୁ କେହି ସାହାସ କରି ପରିନଥିଲେ। ଉକ୍ତ କଥା ପ୍ରଚାର ହେବା ପରେ ତାଙ୍କର ୪ ପୁଅଙ୍କ ସହିତ ଗ୍ରାମବାସୀ ଗାଁ ମାଶାଣିକୁ ଯାଇଥିଲେ। ସ୍ତ୍ରୀର ଚିତାରେ ସ୍ୱାମୀ ଡେଇଁବା ଘଟଣା ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନାଯୋଗ୍ୟ ଯେ, ନୀଳମଣି ଚହକା ପଞ୍ଚାୟତ ସିଆଲଯୋଡି ଗ୍ରାମର ୫ ନଂ. ୱାର୍ଡ଼ର ୱାର୍ଡମେମ୍ବର ଥିବାବେଳେ ବିଗତ ଦିନରେ ଚହକା ପଞ୍ଚାୟତର ସମିତିସଭ୍ୟ ମଧ୍ୟ ଥିଲେ।