ସ୍ତ୍ରୀକୁ ଖୋଜୁଛି ସ୍ୱାମୀ, ମାନବିକତା ଦେଖାଇ ଶବ ସତ୍କାର କଲେ ସରପଞ୍ଚ

ସଇଁନ୍ତଲା,ଏନ୍ଏନ୍ଏସ୍: ପେଟ ପାଇଁ ମଣିଷକୁ ଅନେକ ନାଟକ କରିବାକୁ ପଡେ। କେତେବେଳେ ଭୋକ ଉପାସରେ ଆଶ୍ରୟ ନିଏ ତ ଆଉ କେତେବେଳେ ଲୋକେ ଖାଇବା ପାଇଁ ଦି ମୁଠା ଭିକ୍ଷା ଦେଲେ ରୋଷେଇ କରିକି ଦିନ ବିତାଏ। କିନ୍ତୁ ଏବେବି ଲୋକେ ମାନବିକତା ଭୁଲିବାରେ ବସିଛନ୍ତି ହେଲେ ଗଣ୍ଡପତ୍ରାପାଲି ସରପଞ୍ଚ ମନୀଷ ସୁନାଙ୍କ ଭିତରେ ମାନବିକତା ଏବେବି ରହିଛି। ନିଜ ଗାଡ଼ିରେ ରୋଗୀଙ୍କୁ ଡାକ୍ତରଖାନାରେ ଚିକିତ୍ସିତ କରିବା ପାଇଁ ନେଇଥିଲେ। ଶେଷରେ ଜଣେ ଭିକ୍ଷା ବୃତ୍ତି କରୁଥିବା ମହିଳାଙ୍କ ମୃତ୍ୟୁ ଘଟିଛି। ସ୍ୱାମୀ ଭିକ୍ଷା ମାଗି ଯାଇଥିବା ବେଳେ ସ୍ତ୍ରୀ ଆରପାରିକୁ ଚାଲିଯାଇଥିଲେ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଗଣ୍ଡପତ୍ରାପାଲି ପଞ୍ଚାୟତ ଫପସୀ ବଜାର ନିକଟରେ।

ସୂଚନା ମତେ ଦୀର୍ଘ ୧୫ ବର୍ଷ ଧରି ସ୍ୱାମୀ ସ୍ତ୍ରୀ ଅଞ୍ଚଳରେ ଭିକ୍ଷା ବୃତ୍ତି କରି ଭୋକ ମେଣ୍ଟାଉ ଥିଲେ। ଏହି ମୃତ ମହିଳାଙ୍କ ସ୍ୱାମୀ ଚାଲିବା ସକ୍ଷମ ନଥିବା ବେଳେ ସ୍ତ୍ରୀ ହ୍ୟୁଇଲଚେୟାର ସାହାଯ୍ୟରେ ଗାଁକୁ ଗାଁ ବୁଲି ଭିକ୍ଷା ମାଗି ଚଳୁଥିଲେ। କିନ୍ତୁ ସ୍ତ୍ରୀ ଦେହ ଅସୁସ୍ଥତା ଥିବାରୁ ସ୍ୱାମୀ ଭିକ୍ଷା ବୃତ୍ତି କରିବାକୁ ଯାଉଥିଲେ ଓ ଦୁଇଙ୍କ ଘର ମଧ୍ୟ ଚଳୁଥିଲା। ଗତକାଲି କେଉଁ ଆଡ଼େ ମୃତ ମହିଳାଙ୍କ ସ୍ୱାମୀ ଜଣକ
ଯାଇଥିଲ। କିନ୍ତୁ ମହିଳା ଜଣକ ଅଚେତ ଅବସ୍ଥାରେ ପଡିରହିଥିବା ନେଇ ସ୍ଥାନୀୟ ଲୋକେ ସରପଞ୍ଚ ମନୀଷ ସୁନାଙ୍କୁ ଖବର ଦେବା ପରେ ଉକ୍ତ ସ୍ଥାନରେ ପହଞ୍ଚି ଥିଲେ। ଆମ୍ବୁଲାନ୍ସ ନଆସିବାରୁ ନିଜର ଗାଡ଼ିରେ ସଇଁନ୍ତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ଡାକ୍ତର କିଛି ସମୟ ପରେ ମୃତ୍ୟୁ ଘୋଷଣା କରିଥିଲେ। ଶବକୁ ଆଣି ସରପଞ୍ଚ ନିଜ ସ୍ଥାନୀୟ ଲୋକଙ୍କ ସହ ଶବ ସତ୍କାର କରିଥିଲେ।

ଉକ୍ତ ସ୍ୱାମୀ ସ୍ତ୍ରୀଙ୍କ ପରିଚୟ ମଧ୍ୟ ଜଣାପଡି ନାହିଁ। ତେବେ ଆଜି ସ୍ୱାମୀ ଯେତେବେଳେ ଘରକୁ ଫେରିଲେ ଦେଖିଲେ ଯେ ଆଉ ତା’ର ସ୍ତ୍ରୀ ନାହିଁ। ସ୍ତ୍ରୀ ଆରପାରିକୁ ଚାଲିଯାଇଛି। ସ୍ତ୍ରୀଙ୍କ କଥା ଭାବି ଭାବି ଆଖିରୁ ଲୁହ ଝରି ପଡୁଛି।