ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ବନଖଣ୍ଡ ରିଆମାଳ ଫରେଷ୍ଟ ରେଞ୍ଜ କୁଂଢ଼େଇଗୋଳା ସେକ୍ସନ ଅନ୍ତର୍ଗତ କପାଗୋଳା ଜଙ୍ଗଲରେ ଶିକାର ଉଦ୍ଦେଶ୍ୟରେ ବିଦ୍ୟୁତ ତାର ବିଛାଇ ଛକିଥିବା ବେଳେ ଜଣେ ଶିକାରୀକୁ ବନବିଭାଗ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ କପାଗୋଳା ଜଙ୍ଗଲରେ ଶିକାର ଉଦେଶ୍ୟରେ କେତେକ ଶିକାରୀ ବୁଲୁଥିବା ସୂଚନା ପାଇ ରେଞ୍ଜର ମହେନ୍ଦ୍ର ସାହୁଙ୍କ ନେତୃତ୍ୱରେ ବନବିଭାଗ ସ୍ପେଶାଲ ସ୍କ୍ୱାର୍ଡ ସେଠାରେ ଚଢ଼ଉ କରିଥିଲେ।
ଚଢ଼ଉ ବେଳେ ସେଠାରୁ ୩ କେଜି ବିଦ୍ୟୁତ ତାର ଜବତ କରିବା ସହ ସେଠାରେ ଛକି ରହିଥିବା କପାଗୋଳା ଗ୍ରାମର ମାନସ ନାୟକ ନାମକ ଜଣେ ଶିକାରୀକୁ ଗିରଫ କରିଥିଲେ। ଆଜି ଗିରଫ ଶିକାରୀକୁ କୋର୍ଟ ଚାଲାଣ କରିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି।