କ୍ଲାଟ ପରୀକ୍ଷାରେ ହ୍ରିତିକ୍‌ ଭରଦ୍ୱାଜ ଷଡ଼ଙ୍ଗୀଙ୍କ କମାଲ‌

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିରର ହ୍ରିତିକ୍‌ ଭରଦ୍ୱାଜ ଷଡ଼ଙ୍ଗୀ ଲ’ ଆଡ଼୍‌ମିସନ୍‌ ଟେଷ୍ଟ-୨୦୨୦ (କ୍ଲାଟ ) ପରୀକ୍ଷାରେ ଗୌରବ ଅର୍ଜନ କରିଛନ୍ତି । ଗତ ୫ ତାରିଖରେ ଅନୁଷ୍ଠିତ ହୋଇଥିବା କ୍ଲାଟ୍‌ ପରୀକ୍ଷାରେ ହ୍ରିତିକ୍‌ ସର୍ବଭାରତୀୟସ୍ତରରେ ୮୬.୭୫ ମାର୍କ ରଖି ୨୮୦ ର‍୍ୟାଙ୍କ ହାସଲ କରିଛନ୍ତି । ତେବେ ଇତିମଧ୍ୟରେ ହ୍ରିତିକ୍ ରାଜସ୍ଥାନର ନ୍ୟାସ‌ନାଲ୍‌ ଲ’ ୟୁନିଭ‌ର୍ସିଟି, ଯୋଧପୁରରେ ତାଙ୍କ ଆଡ଼‌ମିସନ୍‌ ହୋଇ ସାରିଥିବା କହିଛନ୍ତି । ପାଠପଢ଼ା ସରିବା ପରେ ଏକ ଏନ‌ଜିଓ ପ୍ରତିଷ୍ଠା କରି ଗରିବ ତଥା ଆଇନ ଦିଗରେ ଅପହଂଚ ରହୁଥିବା ଜନସାଧାରଣଙ୍କୁ ସହଯୋଗ କରିବି ବୋଲି ହ୍ରିତିକ୍ କହିଛନ୍ତି। ହ୍ରିତିକଙ୍କ ପିତା ସୁଶାନ୍ତ ଷଡ଼ଙ୍ଗୀ ଏଲଆଇସିରେ ଅଭିକର୍ତା ଭାବେ କାର୍ୟ୍ୟରତ ଓ ମାତା ତୃପ୍ତିମୟୀ ଷଡ଼ଙ୍ଗୀ ଗୃହିଣୀ।