ଘରେ ରହି କେମିତି ମାପିବେ ଅସ୍କିଜେନ ସ୍ତର

ନୂଆଦିଲ୍ଲୀ, ଏଜେନ୍ସି: ଦେଶରେ ଦୈନିକ କୋଭିଡ୍ ସଂକ୍ରମଣ ଉଦ୍ବେଗଜନକ ସ୍ଥିତି ସୃଷ୍ଟି କରିଥିବାବେଳେ କେନ୍ଦ୍ର ସରକାର ରବିବାର ଅମ୍ଳଜାନ ସ୍ତର ମାପିବା ପ୍ରସଙ୍ଗରେ ରୋଗୀଙ୍କ ନିମନ୍ତେ ୮ ସୂତ୍ରୀ ନିଦ୍ଦେଶାବଳୀ ଜାରି କରିଛନ୍ତି। ଘରେ ରହି ଚିକିତ୍ସିତ ହେଉଥିବା କୋଭିଡ୍ ରୋଗୀ ଏହାଦ୍ୱାରା ନିଜ ଶରୀରରେ ଅମ୍ଳଜାନ ସ୍ତରକୁ ସଠିକ୍ଭାବେ ମାପିବା ସହ ଡାକ୍ତରଖାନାକୁ ସ୍ଥାନାନ୍ତର ହେବା ଆବଶ୍ୟକତାକୁ ମଧ୍ୟ ଉପଲବ୍ଧୀ କରିପାରିବେ। (୧) ଅକ୍ସିମିଟରରେ ଆଙ୍ଗୁଳି ପ୍ରବେଶ ପୂର୍ବରୁ ନେଲ ପସିଲକୁ ଭଲଭାବେ ଲିଭାନ୍ତୁ, ଯଦି ହାତ ଥଣ୍ଡା ରହିଥାଏ, ତେବେ ଦୁଇ ପାପୁଲିକୁ ଘସି ହାତକୁ ଗରମ କରନ୍ତୁ। (୨) ଅମ୍ଳଜାନ ସ୍ତର ମାପିବା ପୂର୍ବରୁ ୫ ମିନିଟ ବିଶ୍ରାମ ନିଅନ୍ତୁ। (୩) ଛାତି ଉପରେ ଦୁଇ ହାତକୁ ସ୍ଥିରଭାବେ ରଖନ୍ତୁ। (୪) ଅକ୍ସିମିଟର ସୁଇଚକୁ ଅନ୍ କରନ୍ତୁ ଏବଂ ମଝି କିମ୍ବା ବିଶି ଆଙ୍ଗୁଠିକୁ ପ୍ରବେଶ କରାନ୍ତୁ। (୫) ଅକ୍ସିମିଟର ରିଡିଙ୍ଗ୍ ଏପଟ ସେପଟ ହେଲେ ବିଚଳିତ ହୁଅନ୍ତୁ ନାହିଁ, ଏହା ସ୍ଥିର ହେବାପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। (୬) ୫ ସେକେଣ୍ଡ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହୁଥିବା ସର୍ବୋଚ୍ଚ ରିଡିଙ୍ଗକୁ ହିଁ ରେକର୍ଡ କରନ୍ତୁ। (୭) ପ୍ରତ୍ୟେକ ରେକର୍ଡିଂକୁ ଯତ୍ନ ସହକାରେ ଟିପି ରଖନ୍ତୁ। (୮) ବେସଲାଇନରୁ ରେକର୍ଡିଂ ଆରମ୍ଭ କରନ୍ତୁ ଏବଂ ପ୍ରତିଦିନ ତିନିଥର ଅମ୍ଳଜାନ ସ୍ତର ମାପନ୍ତୁ। ସୂଚନାଯୋଗ୍ୟ ଯଦି ଶରୀରରେ ଅମ୍ଳଜାନ ସ୍ତର ୯୪ ପ୍ରତିଶତରୁ କମ ରହୁଥାଏ, ତେବେ ସେଭଳି ରୋଗୀଙ୍କୁ ଡାକ୍ତରଙ୍କ ପରାମର୍ଶକ୍ରମେ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବା ଉଚିତ ବୋଲି କୁହାଯାଇଛି।