ରାଜ୍ୟରେ ଆଉ ୬୫୯୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଭୟଙ୍କର ହୋଇଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ ଜିଲ୍ଲାରୁ ୬୫୯୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମିତଙ୍କ ମଧ୍ୟରେ ୩୮୨୭ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରର ଓ ୨୭୭୨ ଜଣ ସ୍ଥାନୀୟ ସଂକ୍ରମିତ ଥିବା ଜଣାପଡ଼ିଛି।

ଏହି ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ପୁଣି ସର୍ବାଧିକ ୯୫୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୧୮୭, ବାଲେଶ୍ୱରରୁ ୧୩୭, ବରଗଡ଼ରୁ ୨୦୩, ଭଦ୍ରକରୁ ୮୭, ବଲାଙ୍ଗିରରୁ ୯୮, ବୌଦ୍ଧରୁ ୭୦, କଟକରୁ ୪୮୮, ଦେବଗଡ଼ରୁ ୩୮, ଢ଼େଙ୍କାନାଳରୁ ୨୦, ଗଜପତିରୁ ୮୧, ଗଞ୍ଜାମରୁ ୩୨୩, ଜଗତସିଂହପୁରରୁ ୯୩, ଯାଜପୁରରୁ ୨୩୭, ଝାରସୁଗୁଡ଼ାରୁ ୪୩୬, କଳାହାଣ୍ଡିରୁ ୫୧୮, କନ୍ଧମାଳରୁ ୩୫, କେନ୍ଦ୍ରାପଡ଼ାରୁ ୩୮, କେନ୍ଦୁଝରରୁ ୧୬୬, କୋରାପୁଟରୁ ୬୯, ମାଲକାନଗିରିରୁ ୨୨, ମୟୂରଭଞ୍ଜରୁ ୧୮୦, ନବରଙ୍ଗପୁରରୁ ୨୨୧, ନୟାଗଡ଼ରୁ ୯୧, ନୂଆପଡ଼ାରୁ ୫୫୧, ପୁରୀରୁ ୧୪୫, ରାୟଗଡ଼ାରୁ ୧୧୭, ସମ୍ବଲପୁରରୁ ୨୨୬, ସୋନପୁରରୁ ୧୨୯, ସୁନ୍ଦରଗଡ଼ରୁ ୪୩୪ ଓ ଷ୍ଟେଟପୁଲରୁ ୨୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୪ ଲକ୍ଷ ୧୪ ହଜାର ୫୬ରେ ପହଞ୍ଚିଛି। ସେଥିରୁ ୩ ଲକ୍ଷ ୬୨ ହଜାର ୯୩୧ ଜଣ ସୁସ୍ଥ ହୋଇଛନ୍ତି ଓ ୪୯ ହଜାର ୭୫ ଜଣ ଚିକିତ୍ସାଧୀନ ଅଛନ୍ତି।