ଝାରସୁଗୁଡା,ଏନ୍ଏନ୍ଏସ୍: ପ୍ରବଳ ବର୍ଷାରେ ଝାରସୁଗୁଡା ଜିଲ୍ଲା ବେହାଲ ହୋଇପଡିଛି। ଝାରୁସୁଗୁଡ଼ାର ସହର ତଳି ଅଞ୍ଚଳରେ ଗତକାଲି ରାତିରୁ ବର୍ଷା ପାଣି ପଶି ଥିବାବେଳେ ବ୍ରଜରାନଗର ଅଞ୍ଚଳରେ ରାସ୍ତା ଧସି ଯାଇଛି। ଫଳରେ ୱାର୍ଡ ଲମଟିବାହାଲ ଓ ରୋହିଦାସ ପଡା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ସେହିପରି ବେଲପାହାଡ ଅଞ୍ଚଳରେ ଅନେକ ଘର ଭାଙ୍ଗିଯାଇଛି।
