କୋରାପୁଟ,ଏନ୍ଏନ୍ଏସ୍: ପଟ୍ଟାଙ୍ଗୀ ବ୍ଲକରେ କୋଭିଡ-୧୯ ପରିଚାଳନା ସମ୍ପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ କୋରାପୁଟ ଉପଜିଲ୍ଲାପାଳ ତଥା ନୋଡାଲ ଅଫିସର ଲଲିତ କୁମାର କହଁର ଯୋଗଦେଇ କାଭିଡ-୧୯ର ପରିଚାଳନା ନିମନ୍ତେ ୩ ଜଣିଆ କମିଟି ଗଠନ କରିଥିଲେ। ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୃଷ୍ଣ ଚନ୍ଦ୍ର ବିଶ୍ୱାସରାୟ, ଭାରପ୍ରାପ୍ତ ଜିପିଓ ଦିବାକର ପୁରୋହିତ କମିଟିରେ ରହିଥିବା ଜଣାପଡ଼ିଛି। ପ୍ରତିଦିନ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ତଥ୍ୟ ସଂଗ୍ରହ କରି ରିପୋର୍ଟ ପ୍ରସ୍ତୁତ କରିବାକୁ କମିଟିର ସଦସ୍ୟଙ୍କୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ କମିଟି ସଦସ୍ୟଙ୍କ ସହ ସମନ୍ୱୟ ରଖିବାକୁ ସେ ପରାମର୍ଶ ଦେଇଥିଲେ। ପଟ୍ଟାଙ୍ଗୀ ବିଡିଓ ମୋନାଲିସା ଦେବତା, ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଭାଗବତ ମୁର୍ମୁ , ଆୟୁଷ ଡାକ୍ତର ଅଶୋକ ପ୍ରଧାନଙ୍କ ସହ ପୁଲିସ ଅଧିକାରୀ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ପରେ ପଟ୍ଟାଙ୍ଗୀ ବ୍ଲକର ୩ଟି ଗ୍ରାମକୁ ଉପଜିଲ୍ଲାପାଳ ଗସ୍ତ କରି ହୋମ୍ ଆଇସୋଲେନରେ ଥିବା ୨୦ଜଣ କରୋନା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।