ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ରିଆମଳ ବ୍ଲକର ଟୁହିଲାମାଳା ଗ୍ରାମପଞ୍ଚାୟତରେ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ଝଡ଼, ପବନ ସହ ବର୍ଷା ହେବା ଫଳରେ ବହୁ ବାସଗୃହ ଓ ଗାଈ ଗୁହାଳ ଆଦିର ଛପର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଅନ୍ୟପଟେ ଗ୍ରାମର ସୌଭାଗିନୀ ପ୍ରଧାନ, ଶୁକଦେବ ପ୍ରଧାନ, ଡାଳିମ୍ବ ପ୍ରଧାନ, ଭାଗିରଥି କିଷାନ, ପଙ୍କଜ କିସାନ, ଚନ୍ଦୁ ଓରାମ, ଲଖେନ୍ଦ୍ର ମୁଣ୍ଡା, ଲକ୍ଷ୍ମଣ ଓରାମ, ଲଖେନ୍ଦ୍ର ମୁଣ୍ଡା, ନୀଳକଣ୍ଠ କିଷାନ, ପଦ୍ମଲାଭ ଦେହୁରୀ, ଟଙ୍କ ବେହେରା, ପ୍ରମୋଦ ପ୍ରଧାନ, ଭୀମ ପ୍ରଧାନ, ଖଗ ପ୍ରଧାନ, ସନ୍ତୋଷ ପ୍ରଧାନ ଓ ସୁଦର୍ଶନ ବାରିକ ପ୍ରମୁଖଙ୍କ ଘର ଭାଙ୍ଗିରୁଜି ଯାଇଛି । କ୍ଷୟକ୍ଷତି ଆକଳନ ପାଇଁ ସରପଞ୍ଚ ଜଲି ନାୟକ କ୍ଷତିଗ୍ରସ୍ତ ପରିବାରଙ୍କ ଘରକୁଘର ଯାଇ ପରିଦର୍ଶନ କରିବା ସହ ସେମାନଙ୍କୁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ ଜିଲ୍ଲା ପ୍ରଶାସନକୁ ଘଟଣା ସମ୍ପର୍କରେ ଅବଗତ କରାଇ ସହାୟତା ପାଇଁ ସମସ୍ତ ପଦକ୍ଷେପ ନେବାକୁ ପ୍ରତଶ୍ରୁତି ଦେଇଥିବା ଜଣାପଡ଼ିଛି ।