ଖରିଆର ରୋଡ ଏନଏସରେ ଅପମିଶ୍ରିତ ବିଦେଶୀ ମଦ ଜବତ

ନୂଆପଡ଼ା,ଏନ୍‌ଏନ୍‌ଏସ୍‌: ନୂଆପଡ଼ା ଜିଲ୍ଲା ଖରିଆର ରୋଡ଼ ଏନଏସିସ୍ଥିତ ଏକ ଭଡ଼ା ଘରେ ଅପମିଶ୍ରିତ ବିଦେଶୀ ମଦ ଅବକାରୀ ବିଭାଗ ଜବତ କରିବା ସହ ଜଣଙ୍କୁ ଅଟକ ରଖିଛି । ମିଳିଥିବା ରିପୋର୍ଟ ମୁତାବକ, ଅପମିଶ୍ରିତ ବିଦେଶୀ ମଦ କାରବାର ଚାଲୁଥିବା ନେଇ ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇଥିଲା । ପରେ ଏମ୍ବ୍ରିତ ସିଂଙ୍କ ଭଡ଼ା ଘରକୁ ଚଢ଼ଉ କରିଥିଲା । ଘଟଣାସ୍ଥଳରୁ ବ୍ୟାପକ ମାତ୍ରାରେ ଅପମିଶ୍ରିତ ମଦ ତିଆରି ସାମଗ୍ରୀ, ୨୧୦ଟି କର୍ଭ,୧୦ ଲିଟର ଅପମିଶ୍ରିତ ମଦ ଓ ୨.୦୮୮୦ ଆଇଏଫଏନଏଲ ଜବତ ହୋଇଥିବା ନେଇ ଅବକାରୀ ଅଧିକାରୀ ହାରାବତୀ ଥାର୍ଟ ପ୍ରକାଶ କରିଛନ୍ତି ।