କୃଷକ ସଂଘର୍ଷ ସଂଘ ପକ୍ଷରୁ ଦେବଗଡ଼ ଜିଲ୍ଲା ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧନା

ଦେବଗଡ଼,ଏନ୍ଏନ୍ଏସ୍: ଜିଲ୍ଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ଦେବଗଡ଼ ଜିଲ୍ଲାର ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଛି। ଆଜି ସଂଘ ପକ୍ଷରୁ ସ୍ଥାନୀୟ ବସନ୍ତ ନିବାସ ଡାକ ବଙ୍ଗଳା ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସଂଘର ସଭାପତି ସେମ ହେମ୍ବ୍ରମ ଜିଲ୍ଲାରେ କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନଙ୍କ କାର୍ଯ୍ୟଶୈଳୀକୁ ଭୂୟସୀ ପ୍ରଶଂସା କରିଥିଲେ। ଏଥିସହିତ ପ୍ରତିକୂଳ ପରିସ୍ଥିତି ଏବଂ କରୋନା ମହାମାରୀ ସମୟରେ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକମାନେ ଜନସାଧାରଣଙ୍କୁ ସଚେତନ କରିବା ସହ କରୋନା ଭଳି ମହାମାରୀରୁ ରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇ ଜିଲ୍ଲାର ହୀତ ସଧାନ ପାଇଁ ନିଜକୁ ନିୟୋଜିତ କରିଥିବାରୁ ସଂଘ ପକ୍ଷରୁ କୃତଜ୍ଞତା ଜ୍ଞାପନ କରିବା ସହ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ।

ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ସମ୍ପାଦକ ଗୁଣନିଧି ବେହେରା, ସଂଘର ଆଇନ ପରାମର୍ଶ ଦାତା ସିଦ୍ଧେଶ୍ୱର ଗୁରୁ, ଶଚ୍ଚିଦାନନ୍ଦ ପଟ୍ଟନାୟକଙ୍କ ସମେତ ସଂଘର ବହୁ ସଦସ୍ୟ ଉପସ୍ଥିତ ରହି ସାମ୍ବାଦିକମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଓୟୁଜେ ରାଜ୍ୟ ସମ୍ପାଦକ ଅଶୋକ କୁମାର ନନ୍ଦ, ସତ୍ୟ ନାରାୟଣ ମିଶ୍ର, ସିଦ୍ଧାର୍ଥ ଗୁରୁ, ବ୍ରିଜେଶ ରଞ୍ଜନ ସାହୁ, ଶକ୍ତି ସୌରଭ ନନ୍ଦ, ସୁଜାତା ସାହୁ, ଅନୁଜ କୁମାର ପ୍ରଧାନ, ଶିବାଶୀଷ ଝାଙ୍କର ପ୍ରମୁଖଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।