ରାଜ୍ୟରେ କରୋନାରେ ସୁସ୍ଥ ହେଲେ ଆଉ ୪୦୧୮ ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ଆଉ ୪୦୧୮ କରୋନା ଆକାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ତେବେ ଏହି ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧,୪୫,୬୭୫ରେ ପହଞ୍ଚିଛି।

କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୮୪୦, କଟକରୁ ୪୩୪, ପୁରୀରୁ ୨୭୪, ବାଲେଶ୍ୱରରୁ ୧୯୪, କେନ୍ଦ୍ରାପଡ଼ାରୁ ୧୩୯, ସୋନପୁରରୁ ୧୩୬, ଜଗତସିଂହପୁରରୁ ୧୨୬, ଯାଜପୁରରୁ ୧୨୦, ଅନୁଗୁଳରୁ ୧୧୬, ରାୟଗଡ଼ାରୁ ୧୧୩, ଝାରସୁଗୁଡ଼ାରୁ ୧୧୧, ଭଦ୍ରକରୁ ୧୦୪, ବରଗଡ଼ରୁ ୯୫, ସମ୍ବଲପୁରରୁ ୯୦, ସୁନ୍ଦରଗଡ଼ରୁ ୯୦, କୋରାପୁଟରୁ ୮୮, ମୟୂରଭଞ୍ଜରୁ ୮୩, ନୂଆପଡ଼ାରୁ ୭୭, କନ୍ଧମାଳରୁ ୭୫, ନବରଙ୍ଗପୁରରୁ ୭୧, ଢ଼େଙ୍କାନାଳରୁ ୬୭, ଗଞ୍ଜାମରୁ ୬୭, ନୟାଗଡ଼ରୁ ୬୦, କେନ୍ଦୁଝରରୁ ୫୭, ବଲାଙ୍ଗିରରୁ ୪୬, କଳାହାଣ୍ଡିରୁ ୪୨, ବୌଦ୍ଧରୁ ୩୪, ମାଲକାନଗିରିରୁ ୩୩, ଦେବଗଡ଼ରୁ ୧୭ ଓ ଗଜପତିରୁ ୧୫ ରହିଛନ୍ତି। ସେହିପରି ଷ୍ଟେଟ ପୁଲରୁ ୨୦୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।