ଭୁବନେଶ୍ୱର,ଏନ୍ଏନ୍ଏସ୍: ପୁରୀର ୟୁଥ ହଷ୍ଟେଲ ପରିସରେର ଅନୁଷ୍ଠିତ ସୁଲେଖା ସାହିତ୍ୟ ସଂସ୍କୃତି ପରିଷଦ ଦା୍ୱରା ‘ସାରସ୍ୱତ ଯୁଗଳବନ୍ଦୀ ସମ୍ମାନ ପ୍ରଦାନ’ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂବର୍ତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ଓ ସମ୍ମାନୀତ ଅତିଥିଭାବେ ଖଲ୍ଲିକୋଟ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟର କୁଳପତି ଡା. ପ୍ରଫୁଲ୍ଲ କୁମାର ମହାନ୍ତି, ପୁରୀର ଲେଖିକା ଝିନି ମିଶ୍ର ଓ ଲେଖକ ତଥା ସ୍ତମ୍ଭକାର ପ୍ରସନ୍ନ କୁମାର ମିଶ୍ରଙ୍କୁ ସେମାନଙ୍କର ସାରସ୍ୱତ ଅବଦାନ ପାଇଁ ଉପଢ଼ୌକନ, ମାନପତ୍ର ଓ ମହାପ୍ରଭୁଙ୍କ ଫେଟାଚିତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।