ହୋମଗାର୍ଡଙ୍କ ସାହାସିକତା: ଭରତୀୟ ଷ୍ଟେଟ ବ୍ୟାଙ୍କ ଏଟିଏମରୁ ଡକାୟତି ଉଦ୍ୟମରେ ଜଣେ ଗିରଫ

ଡେଲାଙ୍ଗ,ଏନ୍‌ଏନ୍‌ଏସ୍‌: ଡେଲାଙ୍ଗ ବ୍ଲକର ଇନ୍ଦୁପୁରରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଏକ ବଡଧରଣର ଡକାୟତି ଉଦ୍ୟମକୁ ଡେଲାଙ୍ଗ ଥାନାର ଜଣେ ହୋମଗାର୍ଡ ପଣ୍ଡ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଭୋର ୪ଟା ସମୟରେ ଡେଲାଙ୍ଗ ଥାନାର ହୋମଗାର୍ଡ ଡେଲାଙ୍ଗ ଥାନା ଅଞ୍ଚଳରେ ଡ୍ୟୁଟି କରିଥିଲେ । ଡେଲାଙ୍ଗ ଥାନା ଅଞ୍ଚଳର ମାତ୍ର ୭ ଶହ ମିଟର ଦୂର ତଥା ସତ୍ୟବାଦୀ ଥାନା ଅଞ୍ଚଳରଷ୍ଟେଟ ବ୍ୟାଙ୍କ ନିକଟରୁ ଏକ ଶଦ୍ଧଶୁଣୀ ସେଠାରେ ପହଞ୍ଚିଥିଲେ ।

ଷ୍ଟେଟ ବ୍ୟାଙ୍କ ସାମ୍ନାରେ ଏକ ସ୍କୁଟି ରଖାଯାଇଥିବାର ଦେଖି ନିଜ ଗାଡିକୁ ଅଟକାଇଥିଲେ ।ପରିସର୨ ଜଣ ଦୃବୁତ୍ତ ଏଟିଏମ ସଟର କାଟି ଭିତରୁ ପ୍ରବେଶ କରିବା ସହିତ ଏଟିଏମ ଷ୍ଟଙ୍ଗ ରୁମ(ଟଙ୍କା ଥିବା ବାକ୍ସ) କାଟିବା ପାଇଁ ଉଦ୍ୟମ କରୁଥିବା ଦେଖିବାକୁ ପାଇଥିଲେ । ହୋମଗାର୍ଡ ବିବେକା ପ୍ରଥମେ ବ୍ୟାଙ୍କ ସାମ୍ନା ରାସ୍ତାରେ ଡକାୟତ ମାନଙ୍କ ଗାଡିରୁ ଚାବି କାଡିନେବାରେ ସକ୍ଷମ ହୋଇଥିଲେ । ହୋମଗାର୍ଡଙ୍କ ଟର୍ଚ୍ଚ ଲାଇଟ ଦେଖି ଦୃବିତ୍ତ ମାନେ ଏକ ଖଣ୍ଡା ଧରୀ ହୋମଗାର୍ଡଙ୍କୁ ଗୋଡାଇଥିଲେ । ସେ ନିଜ ଗାଡି ଛାଡି ଦୌଡିବା ସହିତ ସ୍ଥାନୀୟ ଲୋକମାନଙ୍କୁ ଡାକପାକଇଥିଲୋ । ପାଟିଶୁଣି ଲୋକମାନେ ଘରୁ ବାହାରକୁ ଆସି ଏକ ଜୁଟ ହେବାପାରେ ଡକାୟତି ମାନେ ସେଠାରୁ ଚମ୍ପଟ ମାରିଥିଲେ ।

ଘଟଣା ସ୍ଥଳରେ ୧ଟି ସ୍କୁଟି, ୧ଟି ସ୍କୃଡ୍ରାଇଭର, ୧ ପ୍ଲାସ, ୨ଟି ଆରି ପାତିଆ, ୧ ଆରି ଷ୍ଟାଣ୍ଡ ଓ ୧ଟି କେବୁଲ କଟର ଛାଡି ଡକାୟତି ମାନେ ଚମ୍ପଟ ମାରିଥିଲେ ।ଫଳରେ ଡେଲାଙ୍ଗ ଥାନା ହୋମଗାର୍ଡଙ୍କ ସାହାସିକତା ଯୋଗୁ ଏକ ବଡଧରଣର ବ୍ୟାାଙ୍କ ଡକାୟତି ଆଳ୍ପକେ ବର୍ତ୍ତିଯାଇଥିଲା । ଏନେଇ ବ୍ୟାଙ୍କ ପକ୍ଷରୁ ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଥିବା ଇନ୍ଦିପୁର ଶାଖା ପରିଚାଳକ ସନ୍ତୋଷ କୁମାର ନାୟକ କହିଛନ୍ତି । ଖବର ପାଇ ସତ୍ୟବାଦୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଡକାୟତି ମାନେ ଛାଡି ଯାଇଥିବା ଗାଡି ,ସ୍କୃଡ୍ରାଇଭର,ପ୍ଲାସ,କଟର ଓ ଆରି ଆଦିକୁ ପୋଲିସ ଜବତ କରିଛି । ଅନ୍ୟପଟେ ଡକାୟତମାନେ ଏଟିଏମ ସ୍କିନକୁ ଭାଙ୍ଗି ଦେଇଛନ୍ତି । ଅଭିଯୋଗ ପରେ ପୋଲିସ ଏନେଇ ୪୭୬/୨୧ ମାମଲା ରଜୁ କରିଛି । ଏହା ସହିତ ସିସିଟିଭି ଫୁଟେଜ ଆଧାରରେ ସତ୍ୟବାଦୀ ଥାନା ଅଞ୍ଚଳ ବାସୁକେରାରୁ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଗିରଫ କରାଯାଇଥିବା ଆଇଆଇସି ଦେବୀପ୍ରଶାଦ ପାତ୍ର କହିଛନ୍ତି ।