ଏମ୍ସରୁ ମିଳିଲା ଗୃହମନ୍ତ୍ରୀଙ୍କୁ ଛୁଟି

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏମ୍ସ ହସ୍ପିଟାଲରୁ ଛୁଟି ମିଳିଯାଇଛି। ସେପ୍ଟେମ୍ବର ୧୨ ତାରିଖ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଶାହ ନିକଟରେ କୋଭିଡ-୧୯କୁ ମାତ୍ ଦେବାରେ ସଫଳ ହୋଇଥିଲେ।

ସୂଚନାଯୋଗ୍ୟ, କୋଭିଡରୁ ସୁସ୍ଥ ହେବା ପରେ ଶାହ ଅଗଷ୍ଟ ୧୮ ତାରିଖରେ ଏମ୍ସରେ ଭର୍ତ୍ତି ହୋଇଥିଲେ। ଆଉ ଅଗଷ୍ଟ ୩୧ ତାରିଖରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। ଅଗଷ୍ଟ ୨ ତାରିଖରେ ଶାହ ଟ୍ୱିଟ୍ କରି ତାଙ୍କୁ କରୋନା ହୋଇଥିବା ନେଇ ସୂଚନା ଦେଇଥିଲେ।