ସୁସ୍ଥହେଲେ ୩୬୦୭ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ୧୦୩୭

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଆଜି ୩୬୦୭ କରୋନା ଆକ୍ରାନ୍ତ ଆରୋଗ୍ୟଲାଭ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୩୩୪୬୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୧୦୩୭ଜଣ କରୋନା ଆକ୍ରାନ୍ତ ସୁସ୍ଥହୋଇଥିବାବେଳେ ପୁରୀରୁ ୪୧୫ଜଣ ସୁସ୍ଥ ହୋଇଛନ୍ତି।

ସେହିପରି କଟକରୁ ୨୯୯, ବଲାଙ୍ଗିରରୁ ୧୪୦, ମୟୂରଭଞ୍ଜରୁ ୧୨୮, ଯାଜପୁରରୁ ୧୨୭, ବାଲେଶ୍ୱରରୁ ୧୧୨, ସୁନ୍ଦରଗଡରୁ ୧୦୭, ଜଗତସିଂହପୁରରୁ ୧୦୫, ନବରଙ୍ଗପୁରରୁ ୧୦୪, ସୋନପୁରରୁ ୧୦୦, ବରଗଡ଼ ଓ କେନ୍ଦ୍ରାପଡାରୁ ୮୪ଜଣ ଲେଖାଏଁ, ଝାରସୁଗୁଡାରୁ ୮୨, ରାୟଗଡାରୁ ୮୦, ଗଞ୍ଜାମ ଓ କୋରାପୁଟରୁ ୭୫ ଜଣ ଲେଖାଏଁ, ସମ୍ବଲପୁରରୁ ୭୧, ନୟାଗଡରୁ ୫୫, ଭଦ୍ରକରୁ ୫୪, ନୂଆପଡାରୁ ୪୪, କେନ୍ଦୁଝରରୁ ୪୩, ମାଲକାନଗିରିରୁ ୩୭, ବୌଦ୍ଧରୁ ୩୦, ଢେଙ୍କାନାଳରୁ ୨୮, ଗଜପତିରୁ ୨୬, କଳାହାଣ୍ଡିରୁ ୧୯, ଦେବଗଡରୁ ୧୮, କନ୍ଧମାଳରୁ ୧୬, ଅନୁଗୁଳରୁ ୧୨ଜଣ ଆକ୍ରାନ୍ତ ସୁସ୍ଥହୋଇଛନ୍ତି।