ନୂଆଦିଲ୍ଲୀ: କୃଷକ ସଂଗଠନ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛନ୍ତି। ଏହି ଆନ୍ଦୋଳନକୁ କଂଗ୍ରେସ ସମେତ ୧୧ଟି ରାଜନୈତିକ ଦଳ ସମର୍ଥନ କରିଛନ୍ତି। ଦେଶବ୍ୟାପୀ ବନ୍ଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏଡଭାଇଜରୀ ଜାରି କରିଛନ୍ତି।
ଭାରତ ବନ୍ଦ ସମୟରେ କୌଣସି ପ୍ରକାର ଅପ୍ରିୟ ଘଟଣାକୁ ରୋକିବା ସହ ଶାନ୍ତି ବ୍ୟବସ୍ଥା ବଜାୟ ରଖିବାକୁ କେନ୍ଦ୍ର ସରକାର ଏଡଭାଇଜରୀ ଜାରି କରିଛନ୍ତି। କୋଭିଡ-୧୯ ଗାଇଡଲାଇନ ପାଳନ ଓ ସାମଜିକ ଦୂରତା ବଜାୟ ରଖିବାକୁ ସୁନିଶ୍ଚିତ କରିବାକୁ ମଧ୍ୟ କହିଛନ୍ତି।
ସୂଚନାଯୋଗ୍ୟ, ସେପ୍ଟେମ୍ବର ମାସରେ ମୌସୁମୀ ଅଧିବେସନ ସମୟରେ କେନ୍ଦ୍ର ସରକାର କୃଷି ସୁଧାର ସମ୍ବୋଧିତ ୩ଟି ବିଲକୁ ପାରିତ କରିଥିଲେ। ପରେ ଏମଏସପିକୁ ନେଇ କୃଷକ ଏହି ଆଇନକୁ ବିରୋଧ କରିଥିଲେ। ବର୍ତ୍ତମାନ କୃଷକଙ୍କ ଆନ୍ଦୋଳନକୁ ୧୨ ଦିନ ପୁରିଥିବାବେଳ ସେମାନେ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛନ୍ତି। ଆଉ ଏହି ଭାରତ ବନ୍ଦକୁ କଂଗ୍ରେସ, ସମାଜବାଦୀ ପାର୍ଟି, ଟିଆରଏସ ଓ ବାମପନ୍ଥୀ ସମର୍ଥନ କରୁଛନ୍ତି।