ରବିଙ୍କୁ ହରିୟାଣା ସରକାର ଦେବ ୪ କୋଟି ଟଙ୍କା

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସର ୫୭ କେଜି ଫ୍ରୀ ଷ୍ଟାଇଲ କୁସ୍ତିରେ ଭାରତୀୟ ରେସଲର ରବି ଦହିୟା ରୌପ୍ୟ ପଦକ ଜିତିଛନ୍ତି। ରବିଙ୍କ ଏହି ଐତିହାସିକ ବିଜୟ ପରେ ହରିୟାଣା ସରକାର ପୁରସ୍କାର ରାଶି ଘୋଷଣା କରିଥିବା ଜଣାପଡ଼ିଛି। ରବିଙ୍କୁ ୪ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଘୋଷଣା କରିିଛନ୍ତି। ଏଥିସହିତ ସୋନୀପତସ୍ଥିତ ରବିଙ୍କ ଜନ୍ମଭୂମି ନାହରୀ ଗାଁରେ ଇନଡୋର ଷ୍ଟାଡିୟମ ନିର୍ମାଣ କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।