ହକିରେ ହାରିଲା ଭାରତ

ବର୍ମିଂଘମ,ଏଜେନ୍ସି: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ହକି ଫାଇନାଲ ମ୍ୟାଚରେ ଭାରତ ପରାଜୟର ଶିକାର ହୋଇଛି। ଫଳରେ ଭାରତକୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଅନ୍ୟପଟେ ଅଷ୍ଟ୍ରେଲିୟା ୮-୦ରେ ଭାରତକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି ।

ସୂଚନାଯୋଗ୍ୟ, ପୁରୁଷ ହକି ଟିମ୍ ତୃତୀୟଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଫାଇନାଲରେ ପହଞ୍ଚି ଥିଲା । ହେଲେ ସବୁଥର ପରି ଏଥର ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିବାରେ ବିଫଳ ହୋଇଛି । ଭାରତୀୟ ହକି ଟିମ୍ ୨୦୧୦ ଓ ୨୦୧୪ ଫାଇନାଲରେ ଅଷ୍ଟ୍ରେଲିୟାଠାରୁ ହାରିଥିଲା ।