ଏମ୍‌-ରାଇଟ୍‌ ଏଚ୍‌ଏଲ୍‌ଏଫ୍‌ପିପିଟିର ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ

ନବରଙ୍ଗପୁର,ଏନ୍ଏନ୍ଏସ୍‌: ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏବଂ ଏମ୍‌-ରାଇଟ୍‌ ଏଚ୍‌ଏଲ୍‌ଏଫ୍‌ପିପିଟିର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ବୈଠକଗୃହ ଠାରେ କୋଭିଡ଼-୧୯ ସଂକ୍ରାନ୍ତରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର କାହ୍ନୁ ଚରଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜେଏସଆଇ ଏମ-ରାଇଟ ରାଜ୍ୟ ପ୍ରୋଗ୍ରାମ ମ୍ୟାନେଜର ଡାକ୍ତର ଶ୍ରୀପତି ଦାସ ମହାପାତ୍ର ଏବଂ ସମ୍ମାନିତ ଅତିଥି ଭାବରେ ଏଡିପିଏଚ୍‌ଓ (ଏଫ୍‌ଡ଼ବ୍ଲୁ ) ଡାକ୍ତର ନୀଳମଣି ଦିଲ୍ଲୀପଚାନ୍ଦ ବେହେରା, ଡିପିଏମ୍‌ ସୁଶାନ୍ତ କୁମାର ପ୍ରହରାଜ, ଡିଏମ୍‌ଆର୍‌ସିଏଚ୍‌ ପ୍ରଣତି ସାହୁ, ଏଚ୍‌ଏଲ୍‌ଏଫ୍‌ପିପିଟି ଏସ୍‌ଓଏମ୍‌ ରାଜେଶ କୁମାର ବେହେରା, ଡିଭିଏଲ୍‌ଏମ୍‌ ମଳୟ କୁମାର ପାଣିଗ୍ରାହୀ, ଆର୍‌ଏମ୍‌ ଜ୍ୟୋତି କୁମାର ରଥ, କିଶୋର କୁମାର ପ୍ରଧାନଙ୍କ ସହିତ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଜିଲ୍ଲା ସ୍ତରୀୟ କର୍ମଚାରୀଙ୍କ ପ୍ରମୁଖ ଉପସ୍ଥିତ ରହି ମିଳିତ ଭାବରେ ପ୍ରଦୀପ ପ୍ରଜ୍ଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ମହାମାରୀ କରୋନା ସମୟରେ ଇହଲୀଳା ସମ୍ବରଣ କରିଥିବା ବିଭାଗୀୟ କର୍ମଚାରୀଙ୍କ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇ ସେମାନଙ୍କ ସ୍ମୃତି ଚାରଣ ପରେ କର୍ମଶାଳା ଆରମ୍ଭ ହୋଇଥିଲା। ଦିନିକିଆ କର୍ମଶାଳାରେ ବ୍ଲକ ସ୍ତରରେ କୋଭିଡ଼ ଟୀକାକରଣ ଏବଂ ସଚେତନତା ନେଇ ତର୍ଜମା ପରେ ଅଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଡାକ୍ତର ଶ୍ରୀପତି ଦାସ ମହାପାତ୍ର ଏମ-ରାଇଟ୍‌ କାର୍ଯକ୍ରମ ବିଷୟରେ ଅବଗତ କରାଇଥିଲେ। ଶେଷରେ ଜିଲ୍ଲାରେ କରୋନା ମହାମାରୀ ତାର କାୟାବିସ୍ତାର କରି ଅନେକ ଅମୂଲ୍ୟ ଜୀବନ ଦୀପ ଲିଭେଇ ସାରିଥିବା ବେଳେ ପ୍ରତ୍ୟେକ ନିଜ ନିଜ ପ୍ରାଣ ବଞ୍ଚାଇବା ଚେଷ୍ଟାରେ ରହିଥିବା ବେଳେ ସେ ସବୁକୁ ଖାତିର ନକରି କରୋନା ଭୂତାଣୁକୁ ପ୍ରତିହତ କରିବା ଦିଗରେ ଅନେକ ନିଜ ନିଜ ପରିବାର ଓ ସମ୍ପର୍କକୁ ପଛରେ ପକେଇ ନିଃସ୍ୱାର୍ଥପର ଭାବରେ ଆମ ଜିଲ୍ଲା ତଥା ରାଜ୍ୟ ପାଇଁ କରୋନା ଯୁଦ୍ଧରେ ସାମିଲ ହୋଇ ଜନସମାଜକୁ ସୁରକ୍ଷିତ ରଖିବାରେ ପ୍ରମୁଖ ଭୂମିକା ନେଇଥିଲେ ଏହି ନିଃସ୍ୱାର୍ଥପର ସେବା ପାଇଁ ବ୍ଲକସ୍ତରରୁ ୨୦ ଜଣ କୋଭିଡ଼ ଯୋଦ୍ଧାଙ୍କୁ ମାନପତ୍ର ଏବଂ ଉପଢୌକନ ଦେଇ ଉପସ୍ଥିତ ଅତିଥିଗଣଙ୍କ ଦ୍ଵାରା ସମ୍ମାନୀତ କରାଯାଇଥିଲା।

ସମ୍ବର୍ଦ୍ଧିତଙ୍କ ମଧ୍ୟରୁ ଡାକ୍ତର ନୀଳମଣି ଦିଲ୍ଲୀପଚାନ୍ଦ ବେହେରା, ମଳୟ ରଞ୍ଜନ ପାଣିଗ୍ରାହୀ, ନେହେରୁ ଯୁବକେନ୍ଦ୍ର ସ୍ବେଚ୍ଛାସେବୀ ନିହାରିକା ପାଣ୍ଡେ, ସରପଞ୍ଚ ମୋହନ ନାୟକ, ଜଗତ କିଶାନ, ଦେବ ପ୍ରସାଦ ହରିଜନ, ପ୍ରତୀକ କୁମାର ମଙ୍ଗରାଜ, ବସନ୍ତ ପୂଜାରୀ, କୃଷ୍ଣ ରଣ, ମନରଞ୍ଜନ ମହାନ୍ତି, ସାରଥୀ ସାହୁ, ଶୁଭମଶ୍ରୀ ମହାଦୀପ ଦଳେଇ, ସୁଶାନ୍ତ କୁମାର ବିଶୋଇ, ମଂଗଲେ ପୂଜାରୀ, ବେଲତି ଗଣ୍ଡ, ଜୟମାଲା ମଣ୍ଡଳ, ପଦ୍ମାବତୀ ଖିଲ, ଜ୍ୟୋତିରାଣୀ ବିଶୋଇ, ରଦମା ବିଶୋଇ,ମାର୍କେଲ ବରାଳ ପ୍ରମୁଖଙ୍କୁ ତାଙ୍କର ଉର୍ତ୍ସର୍ଗୀକୃତ ସେବା ପାଇଁ ସମସ୍ତଙ୍କୁ କୋଭିଡ଼ ଯୋଦ୍ଧା ସମ୍ମାନ- ୨୦୨୨ରେ ସମ୍ମାନିତ କରାଯାଇଥିଲା।ଏଭଳି ସମ୍ମାନ ଓ ସମ୍ବର୍ଦ୍ଧନା ଦ୍ୱାରା ଆଗକୁ ଅନେକ ନିଜ ନିଜର କାର୍ଯ୍ୟ ସୁଚାରୁ ରୂପେ କରିବା ପାଇଁ ଯଥେଷ୍ଟ ଯତ୍ନବାନ ହେବେ ବୋଲି ନିଜ ନିଜର ମତ ଦେଇଥିଲେ। ଶେଷରେ ରାଜେଶ କୁମାର ବେହେରା ଧନ୍ୟବାଦ ଅର୍ପଣ କରି କର୍ମଶାଳା ସମାପନ କରିଥିଲେ।