ବନ୍ଦ ହେଲା ହୀରାକୁଦର ୬ଟି ଗେଟ୍‌

ସମ୍ବଲପୁର,ଏନ୍ଏନ୍ଏସ୍: ହୀରାକୁଦ ଡ୍ୟାମରୁ ୮ଟି ଗେଟ ଯୋଗେ ବନ୍ୟା ଜଳ ନିଷ୍କାସନ ହେଉଛି। ପୂର୍ବରୁ ୧୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଥିବା ବେଳେ ଆଜି ସକାଳୁ ୬ଟି ଗେଟକୁ ପର୍ଯ୍ୟାୟକ୍ରମରେ ବନ୍ଦ କରିଦିଆଯାଇଛି।

ବର୍ତ୍ତମାନ ହୀରାକୁଦ ଡ୍ୟାମରୁ ୮ଟି ଗେଟ ଜରିଆରେ ଜଳ ନିଷ୍କାସନ ଜାରି ରହିଛି। ଏହି ସମୟ ମଧ୍ୟରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୪.୮୯ ଫୁଟ ରହିଥିବା ବେଳେ ଜଳଭଣ୍ଡାରରକୁ ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି ୧,୬୧,୮୩୨ କ୍ୟୁସେକ ଜଳ ପ୍ରବେଶ କରୁଛି।

ଜଳଭଣ୍ଡାରରୁ ସେକେଣ୍ଡ ପ୍ରତି ୧,୩୮,୪୯୫ କ୍ୟୁସେକ ଜଳ ନିଷ୍କାସନ ହେଉଛି। ଆଗକୁ ହୀରାକୁଦର ଉପର ମୁଣ୍ଡ ଓ ତଳ ମୁଣ୍ଡର ବର୍ଷାର ପରିମାଣ, ତଳ ମୁଣ୍ଡର ନଦୀଗୁଡିକର ଜଳସ୍ତରକୁ ଦୃଷ୍ଟିରେ ରଖି ଗେଟ ପରିଚାଳନା କରାଯିବ ବୋଲି ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।