ସର୍ବୋଚ୍ଚ ଜଳଧାରଣ କ୍ଷମତାରେ ପହଞ୍ଚିଲା ହୀରାକୁଦ, ଖୋଲିଲା ୩ ଗେଟ

ସମ୍ବଲପୁର : ଜଳସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ମଙ୍ଗଳବାର ସକାଳେ ୩ଟି ଗେଟ୍ ଖୋଲାଯାଇଛି। ଏହି ସମୟରେ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡ ୭୦,୯୪୪ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ସମ ପରିମାଣ ଜଳ ନିଷ୍କାସନ କରାଯାଉଛି । ବାମପଟର ୨ଟି ଏବଂ ଡାହାଣ ପଟର ଗୋଟିଏ ଗେଟ୍ ଖୋଲା ଯାଇଛି।

ପ୍ରକାଶଯୋଗ୍ୟ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୩୦ ଫୁଟ୍ ବା ସର୍ବୋଚ୍ଚ ଜଳଧାରଣ କ୍ଷମତାରେ ପହଞ୍ଚିଛି । ଗତ ୨ ସପ୍ତାହ ମଧ୍ୟରେ କିଛି ଦିନ ଧରି ଜଳଭଣ୍ଡାର ସର୍ବୋଚ୍ଚ ଜଳଧାରଣ କ୍ଷମତାରେ ରହିଥିଲା। ତେବେ ମଙ୍ଗଳବାର ପୁଣି ଜଳସ୍ତର ୬୩୦ ଫୁଟ୍ ରେ ପହଞ୍ଚିଛି।