ଭିକାରୀର ବ୍ୟାଙ୍କ ବାଲାନ୍ସ ଦେଖି ପୁଲିସର ଉଡିଗଲା ହୋସ୍! ଟଙ୍କା ଗଣିବାକୁ ଲାଗିଲା ୮ ଘଣ୍ଟା ସମୟ

ମୁମ୍ବାଇ: ମୁମ୍ବାଇର ଜଣେ ଭିକାରୀ ଲକ୍ଷପତି । ଏକଥା ଆପଣଙ୍କୁ ନିଶ୍ଚିତ ଚକିତ କରୁଥିବ । କିନ୍ତୁ ଏହା କୌଣସି କାଳ୍ପନିକ ନୁହେଁ, କଥାଟି ସତ । ମୁମ୍ବାଇର ଜଣେ ଭିକାରୀଙ୍କ ବିଭିନ୍ନ ବ୍ୟାଙ୍କ ଖାତାରେ ରହିଛି ୮.୭୭ ଲକ୍ଷ ଟଙ୍କା । ଆଉ ଘରେ ରହିଛି ନଗଦ ୧.୫ ଲକ୍ଷ ଟଙ୍କା ମିଳିଥିବା ନେଇ ମୁମ୍ବାଇ ପୁଲିସ କହିଛି ।

ପ୍ରକାଶ ଥାଉକି ବିର୍ଜୁ ଚନ୍ଦ୍ର ଆଜାଦ ନାମକ ଜଣେ ଭିକାରୀ ମୁମ୍ବାଇର ଗୋବନଦୀ ନିକଟ ଏକ ବସ୍ତି ଅଞ୍ଚଳରେ ରହୁଥିଲେ । ସେ ଭିନ୍ନ ସ୍ଥାନକୁ ଯାଇ ଭିକ ମାଗୁଥିଲେ । କିନ୍ତୁ ଅନେକ ଦିନ ଭିକ୍ଷା ବୃତ୍ତି କରି ତାଙ୍କର ସମସ୍ତ ଅର୍ଜିତ ଟଙ୍କା ବ୍ୟାଙ୍କରେ ରଖୁଥିଲେ । ହେଲେ କିଛି ଦିନ ତଳେ ବାଟରେ ଯାଉଥିବାବେଳେ ଏକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ମୁମ୍ବାଇ ପୁଲିସ ତାଙ୍କ ମୃତ୍ୟୁର କାରଣକୁ ନେଇ ଖୋଳତାଡ ଆରମ୍ଭ କରିଥିଲା ଓ ଶେଷରେ ସେହି ବସ୍ତି ଅଞ୍ଚଳରେ ଥିବା ବିର୍ଜୁଙ୍କ ଘରେ ପୁଲସ ପହଞ୍ଚିଥିଲା । ସେହି ଘରୁ ବସ୍ତାଏ କଏଲ ବାହାରିଥିଲା, ଯାହା ପୁଲିସକୁ ଗଣିବାକୁ ୮ ଘଂଟା ସମୟ ଲାଗିଥିଲା । କେବଳ ସେତିକି ନୁହେଁ, ତାଙ୍କ ବିଭିନ୍ନ ବ୍ୟାଙ୍କରେ ୮.୭୭ ଲକ୍ଷ ବିର୍ଜୁ ଫିକ୍ସଡ ଡିପୋଜିଟ୍ କରିଥିଲେ । ସେହି ଘରୁ ପୁଲିସ ବିର୍ଜୁଙ୍କ ଆଧାର କାର୍ଡ, ପ୍ୟାନ କାର୍ଡ, ପଲିଥିନ ବ୍ୟାଗ ମ୍ବହୁ ପୁରୁଣା ସମ୍ବାଦପତ୍ର ଜବତ କରିଛି ।

ସୂଚନାଯୋଗ୍ୟ, ରେଳ ଟ୍ରାକ ପାର ହେଉଥିବା ସମୟରେ ବିର୍ଜୁ ଚନ୍ଦ୍ର ଆଜାଦଙ୍କ ମୃତ୍ୟୁ ହୋଇଥିଲା ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ପ୍ରକାଶ କରିଛନ୍ତି ।