Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
କାରଖାନା ନ ହେବାରୁ ବିସ୍ଥାପିତ ଏବେ ଦିନ ମଜୁରିଆ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

କାରଖାନା ନ ହେବାରୁ ବିସ୍ଥାପିତ ଏବେ ଦିନ ମଜୁରିଆ

ହିଣ୍ଡାଲକୋ କମ୍ପାନୀ ପ୍ରତିଷ୍ଠା ନାଁରେ ଜମିଅଧିଗ୍ରହଣକୁ ବିତିଲା ୧୫ ବର୍ଷ

ରାୟଗଡ଼ା,ଏନ୍ଏନ୍ଏସ୍ : ହିଣ୍ଡାଲକୋ କମ୍ପାନୀ ପାଇଁ ଜମି ହରାଇଥିବା ପରିବାର ଏବେ ଦୁର୍ଦିନରେ । ଆଜକୁ ୧୫ ବର୍ଷ ତଳେ କଂସାରିଗୁଡା ଠାରେ ଆଦିତ୍ୟ ବିର୍ଲା କମ୍ପାନୀ ବକ୍ସାଇଟ ରିଫାଇନାରୀ କାରଖାନା ନିର୍ମାଣ ପାଇଁ ଜମି ଅଧିଗ୍ରହଣ ହୋଇଥିଲା । ହେଲେ ଜମି ଅଧିଗ୍ରହଣର ଇତି ମଧ୍ୟରେ ୧୫ ବର୍ଷ ବିତିଯାଇଥିଲେ ମଧ୍ୟ କମ୍ପାନୀ ପ୍ରତିଷ୍ଠାର ନାଁ ଗନ୍ଧ ନଥିବାରୁ ଚିନ୍ତାରେ ପଡିଯାଇଛନ୍ତି ବିସ୍ଥାପିତ । କମ୍ପାନୀ ପ୍ରତିଷ୍ଠା ହେଲେ ଚାକିରି କରି ୪ ପୁଅଙ୍କୁ ମଣିଷ କରିବାରେ ଆଶା ବାନ୍ଧିଥିଲେ ପୁହୁଣ୍ଡି ଗ୍ରାମର ମହେଶ୍ୱର ଝୋଡ଼ିଆ । ସେଥିପାଇଁ ନିଜର ୬ ଏକର ଜମିକୁ ସାଗମାଛ ମୁଲରେ କମ୍ପାନୀ ହାତକୁ ଟେକିଦେଇଥିଲେ । ଦେଖୁଦେଖୁ ଇତିମଧ୍ୟରେ ୧୫ ବର୍ଷ ବିତିବାକୁ ବସିଲାଣି କମ୍ପାନୀର ଦେଖାନାହିଁ । ସେପଟେ ଟଙ୍କା ସରିଯିବା ପରେ ୬ ଏକର ଜମିର ମାଲିକ ମହେଶ୍ୱର ଝୋଡ଼ିଆ ଏବେ ଦିନ ମଜୁରିଆ । ମହେଶ୍ୱରଙ୍କ ପରିବାର କହିଲେ ୪ ପୁଅ, ୪ ବୋହୂ, ସ୍ତ୍ରୀକୁ ନେଇ ୧୦ ପ୍ରାଣୀଙ୍କ ସଂସାର । ୨୦୦୫ ମସିହାରେ ହିଣ୍ଡାଲକୋ କମ୍ପାନୀକୁ ୫ ଏକର ୧ ଡିସିମିଲି ଜମି ବିକ୍ରି କରିଥିଲେ ମହେଶ୍ୱର । ଜମି ବିକ୍ରି ବାବଦକୁ ତାଙ୍କୁ ମିଳିଥିଲା ୪ ଲକ୍ଷ ୮୦ ହଜାର ଟଙ୍କା । କମ୍ପାନୀକୁ ଜମି ଟେକିଦେଇ ଏବେ ହାତ ବାନ୍ଧି ବସିଛନ୍ତି ମହେଶ୍ୱର । ପୂର୍ବରୁ ୬ ଏକର ଜମିରେ ଧାନ, ମକା ଭଳି ବର୍ଷ ତମାମ କିସମ କିସମର ଚାଷରେ ବେଶ୍ ଦୁଇ ପଇସା ରୋଜଗାର କରି ହସ ଖୁସିରେ ଚଳୁଥିଲେ । କେବଳ ମହେଶ୍ୱର ନୁହଁନ୍ତି ମହେଶ୍ୱରଙ୍କ ଭଳି ଅନେକଙ୍କ ଏକା ଦଶା । କମ୍ପାନୀକୁ ଜମି ବିକ୍ରି କରି ଶହ ଶହ ପରିବାର ଏପରି ଦିନ ମଜୁରିଆ ଭାବେ ଦିନକାଟୁଛନ୍ତି ।

ଏ ନେଇ ବିସ୍ଥାପିତ ପରିବାର ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ସାକ୍ଷାତ କରି କମ୍ପାନୀ ପ୍ରତିଷ୍ଠା କର ନଚେତ୍ କ୍ଷତିପୂରଣ ସହ ଜମି ଫେରାଇ ଦେବାକୁ ଦାବି କରିଛନ୍ତି । ନଚେତ୍ ଆଗାମୀ ୧୫ ଦିନ ପରେ ବିସ୍ଥାପିତ ପରିବାର ରାଜରାସ୍ତାକୁ ଓହ୍ଲାଇବା ସହ ଉତ୍କଳ ଆଲୁମିନା ଗେଟ୍ ସମ୍ମୁଖରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ, କଂସାରୀଗୁଡା ଆଦିତ୍ୟ ବିର୍ଲା କମ୍ପାନୀ ପ୍ରତିଷ୍ଠା ପାଇଁ ହିଣ୍ଡାଲକୋ କାଶୀପୁର, ଲକ୍ଷ୍ମୀପୁର ଓ ରାୟଗଡ଼ା ତହସିଲରୁ ୨ ହଜାରରୁ ଉର୍ଦ୍ଧ ଜମି ଅଧିଗ୍ରହଣ କରିଥିଲା । ଯାହା ମଧ୍ୟରେ ବେସରକାରୀ ଜମି ୧୦୩୬ ହେକ୍ଟର ଥିବା ବେଳେ ବଳକା ସରକାରୀ ଜମି ରହିଛି । କାଶୀପୁର ତହସିଲର ପୁହୁଣ୍ଡି ମୌଜାରୁ ୩୦୦ ହେକ୍ଟର, କଂସାରିଗୁଡା ମୌଜାରୁ ୪୯୮ ହେକ୍ଟର, ଫୁଲଜବା ମୌଜାରୁ ୨୯୯ ହେକ୍ଟର, ପୋଡାପାଡ଼ି ମୌଜାରୁ ୩୬ ହେକ୍ଟର, କିନ୍ଦିରିପଦର ମୌଜାରୁ ୧୨୭ ହେକ୍ଟର ଜମି ଅଧିଗ୍ରହଣ ହୋଇଛି।

ଜମି ଅଧିଗ୍ରହଣ ସରିବା ପରେ ରାଜ୍ୟ ସରକାରଙ୍କ ସହ ହିଣ୍ଡାଲକୋ କମ୍ପାନୀ ୨୦୦୫ ମସିହାରେ ଏମଓୟୁ ମଧ୍ୟ ସ୍ୱାକ୍ଷର କରିଥିଲା । ବିଭିନ୍ନ ବାହାନାରେ କମ୍ପାନୀ କନଷ୍ଟ୍ରକସନ୍ କାମ ବିଳମ୍ବ କରିବା ପରେ ସରକାର ୨୦୧୭ ପର୍ଯ୍ୟନ୍ତ ଏମଓୟୁ ଅବଧିକୁ ବଢ଼ାଇଥିଲେ। ହେଲେ ଇତି ମଧ୍ୟରେ କୌଣସି ସୁଫଳ ମିଳିଲା ନାହିଁ। ବର୍ଷକ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଂସାରିଗୁଡାରେ ବକ୍ସାଇଟ ରିଫାଇନାରି ପ୍ରକଳ୍ପ ପ୍ରତିଷ୍ଠା ହେଲେ କମ୍ପାନୀ ଦ୍ୱାରା ୪ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ସାଙ୍ଗକୁ ହଜାର ହଜାର ନିଯୁକ୍ତି ସୃଷ୍ଟି ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ୨୦୨୦ ବର୍ଷ ସରି ଯିବାକୁ ବସିଥିବା ବେଳେ ନିଜସ୍ୱ ଖଣିନଥିବା ଦର୍ଶାଇ ହିଣ୍ଡାଲକୋ କମ୍ପାନୀ କେବଳ ବିସ୍ଥାପିତ ନୁହଁ ସରକାରଙ୍କୁ ମଧ୍ୟ ଠକି ଚାଲିଛି ।