ପ୍ରଧାନମନ୍ତ୍ରୀ ମୋଦୀଙ୍କ ମେ’୩୧ରେ ଶିମଲା ଗସ୍ତ, ଜାରି କରିବେ କିସାନ ସମ୍ମାନ ନିଧି କିସ୍ତି

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ’ ୩୧ରେ ଶିମଲା ଗସ୍ତ କରିବେ। ହିମାଚଳ ପ୍ରଦେଶର ରାଜଧାନୀରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ସମାରୋହରେ ଯୋଗଦେବେ। ପାଖାପାଖି ୫୦ ହଜାର ଚାଷୀ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ଚାଷୀଙ୍କୁ କିସାନ ସମ୍ମାନ ନିଧି ଯୋଜନାର ଆଗାମୀ କିସ୍ତି ରିଲିଜ କରିବେ। ଏତଦ୍ ବ୍ୟତୀତ ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଦେଶର ଅନ୍ୟ ରାଜ୍ୟଗୁଡ଼ିକର ଚାଷୀ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହି ଲାଇଭ୍ କାର୍ଯ୍ୟକ୍ରମ ଦେଖିବେ।

ମେ’ ୩୧ ତାରିଖରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ବିଜେପି ଶିମଲାରେ ଲୋକଙ୍କୁ ନିମନ୍ତ୍ରଣ ପତ୍ର ଦେଇଛି। ଶିମଲାରେ ବିଜେପିର ରାଜ୍ୟ ପ୍ରଭାରୀ ଅବିନାଶା ରାୟ ଖନ୍ନା, ରାଜ୍ୟ ସଭାପତି ସୁରେଶ କଶ୍ୟପ ଓ ନଗର ଉନ୍ନୟନ ମନ୍ତ୍ରୀ ସୁରେଶ ଭରଦ୍ୱାଜଙ୍କ ନେତୃତ୍ୱରେ ନିମନ୍ତ୍ରଣ ବଣ୍ଟାଯାଉଛି। ଏହି ଅବସରରେ ଶ୍ରୀ ଖନ୍ନା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ୮ ବର୍ଷ ହେଲା ଦେଶସେବା କରିଆସୁଛନ୍ତି। ତେଣୁ ସାଧାରଣ ଜନତା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରନ୍ତୁ।