ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କୁ କରୋନା

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏସମ୍ପର୍କରେ ଶ୍ରୀ ଠାକୁର ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି। କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଚିକିତ୍ସକଙ୍କ ପରାମର୍ଶକ୍ରମେ ସେ ଏବେ ତାଙ୍କ ସରକାରୀ ବାସଭବନରେ ଆଇସୋଲେଟ ହୋଇଯାଇଛନ୍ତି।

ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଜଣେ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିବା ପରେ ଶ୍ରୀ ଠାକୁର ସପ୍ତାହେ ହେବ କ୍ୱାରେଣ୍ଟାଇନରେ ଥିଲେ। ଗତ ଦୁଇ ଦିନ ପୂର୍ବରୁ କରୋନାର କିଛି ଲକ୍ଷଣ ଦେଖାଦେବାରୁ ଆଜି କରୋନା ଟେଷ୍ଟ କରାଇଥିଲେ ଯାହାର ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି।